କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ “ସାଂପ୍ରତିକ ପରିସ୍ଥିତିରେ ବୌଦ୍ଧ ଧର୍ମର ନୈତିକ ଶିକ୍ଷା” ସନ୍ଦର୍ଭରେ ଅଭାଷି ଆଲୋଚନା ଚକ୍ର

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ “ସାଂପ୍ରତିକ ପରିସ୍ଥିତିରେ ବୌଦ୍ଧ ଧର୍ମର ନୈତିକ ଶିକ୍ଷା” ଶୀର୍ଷକରେ ଏକ ଜାତୀୟ ଅଭାଷି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ପଞ୍ଜାବ ବିଶ୍ଵବିଦ୍ୟାଳୟର ବିଶ୍ୱେଶ୍ୱରାନନ୍ଦ ବିଶ୍ୱବନ୍ଧୁ ଇଷ୍ଟିଚ୍ୟୁଟ୍ ଅଫ୍ ସାନ୍ସକ୍ରିଟ୍ ଏଣ୍ଡ୍ ଇଣ୍ଡୋଲଜିକାଲ୍‌ ଷ୍ଟଡିଜ୍ ବିଭାଗର ପ୍ର. ନରସିଂହ ଚରଣ ପଣ୍ଡା ଆଲୋଚକ ଭାବେ ଯୋଗଦାନ କରି ଆଜିର ସମାଜରେ ନୈତିକ ଶିକ୍ଷାର ଅବକ୍ଷୟ ଏବଂ ବୌଦ୍ଧ ଧର୍ମର ନୈତିକ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଗୁରୁତ୍ବାରୋପ କରିଥିଲେ। ବିଶ୍ବବିଦ୍ୟାଳୟର କୁଳସଚିବ ଶ୍ରୀ ପିତାମ୍ବର ଭୋଇ, ନୈତିକ ଶିକ୍ଷାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ବିଭାଗୀୟ ମୁଖ୍ୟ ଶ୍ରୀ ପଦ୍ମଲୋଚନ ଭୁଏ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଡ଼ା. ଆବର୍ତ୍ତ ସଭା ସଂଯୋଜନା କରିଥିଲା ବେଳେ ଅଧ୍ୟାପକ ଡ଼ା. ଠାକୁର ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

ବିଶ୍ବିଦ୍ୟାଳୟର ବିଭିନ୍ନ ବିଭାଗରୁ ଶ୍ରୀ ମହେଶ୍ୱର ଦୁରିଆ, ଡ଼ା. ଶେଷଦେବ ସୁନା, ଶ୍ରୀ ହିମାଂଶୁ ଚରଣ ଷଡ଼ଙ୍ଗୀ, ଡ଼ା. ଜୟଦେବ ସାହୁ, ଡ଼ା. ସିଲି ରାଉତ, ଶ୍ରୀ ପ୍ରଦୀପ ପ୍ରଧାନ, ଡ଼ା. ନଳିନୀକାନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଡ଼ା. ରଜନୀକାନ୍ତ ଜେନା, ଡ଼ା. ନିରଞ୍ଜନ ଶବର, ଡ଼ା. ପ୍ରିୟବ୍ରତ ମିଶ୍ର, ଡ଼ା. ବଳଭଦ୍ର ଉପାଧ୍ୟାୟ ସମେତ ଦେଶ ବିଦେଶରୁ ପ୍ରାୟ ୨୫୦ ଜଣ ଶିକ୍ଷାବିତ୍, ଅଧ୍ୟାପକ, ଗବେଷକ, ବୁଦ୍ଧିଜୀବି ଏବଂ ଛାତ୍ରଛାତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ।‌ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଶତପଥୀ ଆଲୋଚନା ଚକ୍ରର ବିଷୟବସ୍ତୁ ଏବଂ ଉପସ୍ଥାପନା ଶୈଳୀକୁ ଭୁୟସୀ ପ୍ରଶଂସା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.