କଲ୍ୟାଣି ମହିଳା ମଣ୍ଡଳର ଚତୁର୍ଥ ବାର୍ଷିକ ଉତ୍ସବ-୨୦୨୧

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବାଲସିଙ୍ଗା ଗ୍ରାମ ପଞ୍ଚାୟତର କନକପୁର ଗ୍ରାମର କଲ୍ୟାଣୀ ମହିଳା ମଣ୍ଡଳର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ। କଲ୍ୟାଣୀ ମହିଳା ମଣ୍ଡଳର ମହିଳାମାନେ ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ। ଉତ୍ସବରେ ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବିଏଲସି ପ୍ରଭାସିନୀ ଏକ୍କା, ସ୍ବେଚ୍ଛାସେବୀ ଅନୁଷ୍ଠାନ ସନ୍ଧାନର ଅଶ୍ବିନୀ କୁମାର ଭୋଇ, ପ୍ରମୋଦ ବାଗ ପ୍ରମୁଖ ଉପସ୍ଥିତ ଥିବାବେଳେ ନରୋତ୍ତମ କରୁଆଁ ମଞ୍ଚ ପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶଯୋଗ୍ୟ ଯେ, କଲ୍ୟାଣୀ ମହିଳା ମଣ୍ଡଳ ବର୍ତମାନ ଛେଲିଚାଷ, ହରଡ଼ ଡାଲି ପ୍ରୋସେସିଂ ସହିତ ବିକ୍ରୟ କରି ସ୍ୱାବଲମ୍ବୀ ହୋଇ ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଛନ୍ତି। ମିଶନ ଶକ୍ତିରୁ ଋଣ ଆଣି ମହିଳାମାନେ ସଶକ୍ତ ହୋଇପାରିଛନ୍ତି। ପ୍ରଥମେ ୨୫ ହଜାର ଟଙ୍କାରୁ ଏହି ଗୋଷ୍ଠୀ ନିଜର କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ୪୦ ହଜାର, ୧ଲକ୍ଷ ୫ ହଜାର, ୧ଲକ୍ଷ ୮୧ ହଜାର ଟଙ୍କା ୟୁଜିବି ବ୍ଲକ ସ୍ତରୀୟ ଫେଡେରେସନ ତରଫରୁ ୮୦ ହଜାର ଟଙ୍କା ଋଣ ଆଣିଛନ୍ତି। ଠିକ ଭାବରେ କିସ୍ତି ଜମା ଦେଉଛନ୍ତି ବୋଲି ବାର୍ଷିକ ଉତ୍ସବରେ ଆଲୋଚନା ହୋଇଥିଲା। ନାବାର୍ଡ ତରଫରୁ ମହିଳାଙ୍କ ମଧ୍ୟରେ ହୁଳହୁଳି ଓ ଝୋଟି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରୁଷ୍କୃତ କରାଯାଇଥିଲା।

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.