କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ନେଇ ବିଇଓ ଏବଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଦରମା ବୃଦ୍ଧି କରିବାକୁ ଦାବି ହୋଇଛି। ଏହାକୁ ନେଇ ସଂଘ ପକ୍ଷରୁ ବିଡ଼ିଓ ଏବଂ ବିଇଓଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ, ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କନିଷ୍ଠ ଶିକ୍ଷକ ମାନଙ୍କୁ ଭୁଁଆ ବୁଲାଇ ଆସୁଛନ୍ତି। ବଜାରର ଦର ଦାମ ହୁ ହୁ ହୋଇ ବଢି ଚାଲିଥିବାବେଳେ ମାସିକ ୬୫୧୨ ଟଙ୍କାର ଦରମାରେ ଜଣେ କନିଷ୍ଠ ଶିକ୍ଷକ କିପରି ପରିବାର ପ୍ରତିପୋଷଣ କରିବ?

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୨୦୧୬ ମସିହା ଠାରୁ ଦୀର୍ଘ ୫ ବର୍ଷ ହେଲା କନିଷ୍ଠ ଶିକ୍ଷକ ମାନେ ପାରିଶ୍ରମିକ ବୃଦ୍ଧି ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ମୋଟେ କର୍ଣ୍ଣପାତ କରୁନାହାନ୍ତି। ଏଣୁ ଦରମା ବୃଦ୍ଧି କରାଇବା ପାଇଁ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ପୁନଃ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି। ବାରମ୍ବାର ଦାବି ସତ୍ତ୍ୱେ ଦରମା ବଢୁନଥିବାରୁ କନିଷ୍ଠ ଶିକ୍ଷକ ମାନଙ୍କ ମଧ୍ୟରେ ଆସନ୍ତୋଷର ବାତାବରଣ ସୃଷ୍ଟି ହେଇଛି। ତେଣୁ ଲାଞ୍ଜିଗଡ଼ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ବିଡ଼ିଓ, ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। 

Udyog Nursery
Udyogi Nursery

ଆଜିର ଶୋଭାଯାତ୍ରାରେ ସଂଘ ସଭାପତି ଚନ୍ଦନ ସାହୁ, ଉପସଭାପତି ମିହିର ତରାଇ, କାର୍ଯ୍ୟକାରୀ ସଭାପତି ରତିକାନ୍ତ ସେଠି, ସମ୍ପାଦକ ଦେବାଶିଷ ସେଠି ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ମୀନକେତନ ତାଣ୍ଡି, ଓ ଝରଣା ପାତ୍ରଙ୍କ ସମେତ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.