କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଳାସଂସ୍କୃତି ସଂଘ ତରଫରୁ ଆଜି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନକାରୀଙ୍କ ଅଡ଼ିସନ୍ ବ୍ଳକ ସଭାଗୃହରେ ଅନୁଷ୍ଠିତ ହେଇଯାଇଛି । ମ.ରାମପୁର ବିଡ଼ିଓ ତଥା କଳାସଂସ୍କୃତି ସଂଘର ସଭାପତି ଉତ୍ତମ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, କଳାସଂସ୍କୃତି ସଂଘର ଉପସଭାପତି ଶ୍ରୀପତି ପଟ୍ଟନାୟକ ପ୍ରମୁଖ ମଂଚାସୀନ ରହିଥିଲେ । ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ବର୍ଗର ଲୋକକଳାକାରମାନେ ନିଜ ନିଜର କଳାପ୍ରଦର୍ଶନ କରିଥିଲେ ।