କେସିଙ୍ଗା ରେଳ ଷ୍ଟେସନରୁ ଦାଦନ ଶ୍ରମିକ ଉଦ୍ଧାର, ୪ଜଣ ଦଲାଲ ଗିରଫ

କେସିଙ୍ଗା, (ମଧୂସୁଦନ ଠାକୁର) : କଳାହାଣ୍ଡି ଜିଲା କେସିଙ୍ଗା ରେଳବାଇ ଷ୍ଟେସନରୁ ବିଶାଖାପାଟଣାକୁ ନାବାଳିକା ଦାଦନ ଶ୍ରମିକ ମାନଙ୍କୁ ଟ୍ରେନ ଯୋଗେ ନେବାକୁ ଉଦ୍ୟମ କରୁଥିବା ବେଳେ କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଖବରପାଇଁ ଗତ ରାତ୍ରିରେ ଚଢ଼ାଉ କରି କେସିଙ୍ଗା ରେଳବାଇ ଷ୍ଟେସନରୁ ଉଦ୍ଧାର କରିଛି । ୧୫ ବର୍ଷୀୟ ୪ଜଣ ନାବାଳକ ଓ ୭ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି । ୧୮ ବର୍ଷରୁ ଉର୍ଦ୍ଧ୍ବ ୩ ଜଣ ବାଳକ ଏହିପରି ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ମଙ୍ଗଳବାର ନିଜସ୍ଵ ଗ୍ରାମ ମାନଙ୍କୁ ପଠାଇ ଦିଆଯାଇଛି ।ବିଶାଖାପାଟଣା ରେ ଥିବା ଚିଙ୍ଗୁଡ଼ି ଫ୍ୟାକ୍ଟେରୀରେ କାମ କରିବା ପାଇଁ ମାସିକ ୮ହାଜର ଟଙ୍କା ଦିଆ ଯିବ କହି ଦଲାଲ ମାନେ ନେଉଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କନ୍ଧମାଳ ଜିଲାର ବେଳଘର ଥାନା ଅଞ୍ଚଳ ରୁ ୫ ଜଣ ନାବାଳିକା ଓ ନର୍ଲା ଥାନା ଅଞ୍ଚଳ ରୁ ୯ଜଣ ଏହି ପରି ୧୪ ଜଣ ଆଦିବାସୀ ନିରୀହ ଗରିବ ଶ୍ରେଣୀର ପୁଅ ଓ ଝିଅ ମାନଙ୍କୁ ଅର୍ଥ ଲୋଭ ଦେଖାଇ ନିଆ ଯାଉଥିଲା ।ଗିରଫ ହୋଇଥିବା ୪ଜଣ ଦଲାଲ ହେଲେ ନର୍ଲା ଥାନାର ରୁପ୍ରା ଗ୍ରାମର ରୋହିତ କୁମାର ନାଗ(୨୬), କେସିଙ୍ଗା ଥାନା ଅଧିନସ୍ଥ ଡମପଦର ଗ୍ରାମର ବବ୍ଲୁ ସୁନା(୨୪), ହରିବନ୍ଧୁ ନାଏକ(୧୯) ଏମ.ରାମପୁର ଥାନା ପୁଜିଲଡୁ ଗ୍ରାମର ବିକାଶ ଶିଖା (୨୭)କୁ କେସିଙ୍ଗା ପୋଲିସ ଗିରଫ ଥୁବାର ଜଣା ପଡ଼ିଛି । ଏହି ଦଲାଲ ମାନଙ୍କ ଠାରୁ ୪ ଟି ମୋବାଇଲ ଓ ନଗଦ ୧୫୦୦ ଟଙ୍କା ପୋଲିସ ଜବତ କରିଛି । ଏ ନେଇ କେସିଙ୍ଗା ଥାନା କେସ ନଂ ୨୩/୨୨ ପ୍ରକାରରେ କେସ ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଏକ ପ୍ରେସ ମିଟରେ କେସିଙ୍ଗା ପୋଲିସ ପ୍ରକାଶ କରିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.