ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ପିଟିଲା କାର୍, ଜଣେ ମୃତ ୫ ଗୁରୁତର

କେସିଙ୍ଗା, (ମଧୂସୁଦନ ଠାକୁର): କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ 26 ବୋରିଆ ନିକଟରେ ଆଜି ଭୋର ୩ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣକ ର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚଜଣ ଗୁରୁତର ଆହତ ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୁଚନା ଅନୁସାରେ ଭବାନିପାଟଣା ଲୁହୁରାକାନୀ ଅଞ୍ଚଳରୁ ଏକ କାର୍ (OR 03 G 2008) ଯୋଗେ କେସିଙ୍ଗା ରେଳଷ୍ଟେସନକୁ ଯିବା ସମୟରେ ବୋରିଆ ନିକଟରେ ପୁର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ (OR 15 F 3860 ) ନମ୍ବର ବିଶିଷ୍ଟ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ତାପଛକୁ ଆଉ ଏକ ଟ୍ରକ ଛିଡା ହୋଇ ଥିବା ବେଳେ ପଛ ପଟୁ ଦୃତ ଗତିରେ ଆସୁଥିବା କାର୍ ଟି ଟ୍ରକ୍ ରେ ଧକ୍କା ହେବା ଫଳରେ କାରରେ ବସିଥିବା ୬ ଜଣଙ୍କ ମଧ୍ଯ ରୁ ଘଟଣାସ୍ଥଳରେ ଜଣକଙ୍କ ମୃତ୍ୟ ହୋଇଥିବା ବେଳେ ଅନ୍ଯ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନେ ହେଉଛନ୍ତି ଲମ୍ବୋଦର ସୁନାନୀ, ଶେଷଦେବ ବାଗ, ମୁରଲୀ ସୁନାନୀ, ସାଗର ନାଏକ, ଗୁରୁତର ଆହତ ହୋଇ ଭବାନିପାଟଣା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତ ବ୍ଯକ୍ତି ଜଣକ ବଳରାମ ସୁନାନୀ(୩୦) ବୋଲି ପ୍ରାଥମିକ ସୁଚନାରୁ ଜଣାପଡିଛି, କେସିଙ୍ଗା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.