ଅମ୍ବିକା ସ୍ବାଇଁଙ୍କର ଦୁଇଟି କବିତା ପୁସ୍ତକ “ଅନୁଭବର ଆକର୍ଷଣ” ଓ “ଅନ୍ତରଙ୍ଗ ଅନୁଭବ” ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସୁସାହିତ୍ୟିକା ତଥା କୋଠଘର ଆମ ସାହିତ୍ୟ ପରିବାରର ପ୍ରତିଷ୍ଠାତା ସମ୍ପାଦିକା କବୟତ୍ରୀ ଅମ୍ବିକା ସ୍ବାଇଁଙ୍କର ଦୁଇଟି କବିତା ପୁସ୍ତକ “ଅନୁଭବର ଆକର୍ଷଣ” ଓ”ଅନ୍ତରଙ୍ଗ ଅନୁଭବ” ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗାୟିକା ସୁଶ୍ରୀ ଶୈଳଭାମା ମହାପାତ୍ର ସ୍ଵାଗତ ଭଜନ ପରିବେଷଣ କରିଥିଲେ । ଆମନ୍ତ୍ରିତ ଅତିଥି ଭାବେ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତ, ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପ୍ରାକ୍ତନ ସଭାପତି ଡଃ ହୁସେନ ରବି ଗାନ୍ଧୀ ଏବଂ ବହୁ ଚର୍ଚ୍ଚିତ ବାଲ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ମନୋନୀତ ଡଃ ଦିଗରାଜ ବ୍ରହ୍ମାଙ୍କ କରକମଳରେ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ଦୁଇଟିକୁ ସମୀକ୍ଷା କରି ସମସ୍ତ ଅତିଥି ଭୁୟସୀ ପ୍ରଶଂସା କରିଥିଲେ । ପୁସ୍ତକର ମୁଖବନ୍ଧ ଲେଖିଥିବା ଭାଷାବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର, ଜ୍ଞାନପ୍ରକାଶକ ପବ୍ଲିକେସନ୍ସର ପ୍ରକାଶକ ଜ୍ଞାନଚାନ୍ଦ ଶତପଥି ଏବଂ ସମସ୍ତ ସମ୍ମାନୀତ ଅତିଥି ପୁସ୍ତକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କହିଥିଲେ ପୁସ୍ତକ ଦୁଇଟି ଖୁଵ ପାଠକୀୟ ଆଦୃତି ଲାଭ କରିବ ଏହି ଆଶା ବିଶ୍ୱାସ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ପୁସ୍ତକ ଦୁଇଟିର ରଚୟିତା ଅମ୍ବିକା ସ୍ବାଇଁ ଲେଖକୀୟ ବିବରଣୀ ପାଠ କରିଥିଲେ । ଯୁବ ଟିଭି ଉପସ୍ଥାପକ ଶିବାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଯୁବ ସଂଯୋଜକ ସବ୍ୟସାଚୀ ବିଶୋଇଙ୍କ ସଂଯୋଜନାରେ କବୟତ୍ରୀ ସଂଘମିତ୍ରା ରାୟ ଗୁରୁ, ଜ୍ୟୋତ୍ରିମୟୀ ସାହୁ, ରାଧାମୋହନ ପାଣିଗ୍ରାହୀ, ବିମଳ ଶଙ୍କରଦାସ, ପ୍ରଶାନ୍ତ କୁମାର ନାଥ, କାଦମ୍ବିନୀ ବେଶ୍ରା, ରାଧାରାଣୀ ସରକାର, ଜ୍ୟୋତି ରଞ୍ଜନ ବାରିକ, ଲିପ୍ସାମୟୀ ଦୁବେ, ବିଶ୍ୱକେସନ ଦାଶ, ମନୀଷା ବିଶ୍ୱାଳ, ଚିରଞ୍ଜିବୀ ବଡ଼ତ୍ୟା, ସୌମ୍ୟ ରଞ୍ଜନ ଦାଶ, କିଶୋର କୁମାର ଖିର, କାହ୍ନୁ ଚରଣ ସାହୁ, ଅଂଶୁମାନ ସାହୁ ପ୍ରଭୃତି ଉନ୍ମୋଚିତ ବହିରୁ କବିତା ପାଠ କରିଥିଲେ । ଶତାଧିକ ସାହିତ୍ୟ ପ୍ରେମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପରିଶେଷରେ କବୟତ୍ରୀ ମମତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.