ଜୟଦୁର୍ଗା ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କନକପୁର ଏକାଦଶ ଚମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସାନ୍ଦୁଲ ଖେଳ ପଡିଆରେ ଦୟଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଟି-୧୦ ଜୟଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ଫେବୃଆରୀ ୬ରୁ ଏହି ଟୁର୍ଣ୍ଣାମେଣ୍ଟ ଚାଲିଆସୁଥିଲା । ଉଦ୍ଘାଟନୀ ମ୍ୟାଚ୍ ସର୍ଗିଗୁଡା ଡିଗିରାପଡା ଏକାଦଶ ଓ କନକପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସର୍ଗିଗୁଡାର ଯୁବ ନେତୃତ୍ୱ ଶରତଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ବ୍ଲକ ତଥା ବ୍ଲକ ବାହାରୁ ଆୟୋଜକ ଦଳ ସହିତ ୧୬ ଗୋଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ । ଆଜି (ରବିବାର) ଏହାର ଫାଇନାଲ ମ୍ୟାଚ୍ କନକପୁର ଏକାଦଶ ଓ ସର୍ଗିଗୁଡା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅମ୍ପାୟର ଭାବରେ ପରମାନନ୍ଦ ଗଉଡ ଓ ଶିବ ବଗର୍ତ୍ତି ଦାଇତ୍ୱ ନିର୍ବାହନ କରିଥିବା ବେଳେ ସୁବ୍ରତ ବିଶ୍ୱାଳ ସ୍କୋରବୋର୍ଡ ଦାଇତ୍ୱ ତୁଲାଇଥିଲେ । ଯୁଧିଷ୍ଟିର ପଟ୍ଟନାୟକ ଓ ଖଗେଶ୍ୱର ପୋଢ ଫାଇନାଲ ମ୍ୟାଚର ଧାରା ବିବରଣୀ ପ୍ରଦାନ କରିଥିଲେ । ସର୍ଗିଗୁଡା ଏକାଦଶ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୬୧ ରନ ସଂଗ୍ରହ କରିଥିଲା । ଜବାବରେ କନକପୁର ଏକାଦଶ ୮ ଓଭରରେ ୮ ଗୋଟି ୱିକେଟ ହରାଇ ନିର୍ଦ୍ଧାରିତ ଟାର୍ଗେଟ ପୁରଣରେ ସଫଳ ହୋଇ ଚମ୍ପିଅନ ହୋଇଥିଲେ । ଏହାପରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ, ସମ୍ମାନୀତ ଅତିଥି ଭାବରେ ସର୍ଗିଗୁଡାର ପୂର୍ବତନ କ୍ରିଡାବିତ୍ ତଥା ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ପୂର୍ବତନ ସଭାପତି କୁମୁଦଚନ୍ଦ୍ର ନାଏକ, ନର୍ଲା ଗଣପତି ସେଲ୍ସର ଅଧ୍ୟକ୍ଷ ମଣ୍ଟୁ ଅଗ୍ରୱାଲ ଯୋଗଦାନ କରି ଉପ ବିଜେତା ସର୍ଗିଗୁଡା ଏକାଦଶକୁ ଟ୍ରଫି ସହ ନଗଦ ୭,୦୦୦ ଟଙ୍କା ଓ ଚମ୍ପିଅନ କନକପୁର ଏକାଦଶକୁ ବିଜୟୀ ଟ୍ରଫି ସହ ୧୩,୦୦୦ ଟଙ୍କା ନଗଦ ରାଶି ପ୍ରଦାନ କରିଥିଲେ । ସେହିଭଳି ମ୍ୟାନ ଅଫଦ ମ୍ୟାଚ୍ ଭାବରେ କନକପୁର ଟିମ ର ସୋମନାଥ ଓ ମ୍ୟାନ ଅଫ୍ ଦ ସିରିଜ ଭାବରେ ସର୍ଗିଗୁଡା ଏକାଦଶର ମାଷ୍ଟର ବ୍ଲାଷ୍ଟର ଅଲରାଉଣ୍ଡର ଭୀମସେନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ଶୃଙ୍ଖଳିତ ଦଳ ଭାବରେ ସର୍ଗିଗୁଡା ଏକାଦଶକୁ ଟ୍ରଫି ପ୍ରଦାନ କରାଯାଇଥିଲା । କ୍ଲବର ସମସ୍ତ ସଦସ୍ୟ ଓ ଅଞ୍ଚଳବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗ ପାଇଁ ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ସାଧାରଣ ସମ୍ପାଦକ ପ୍ରହ୍ଲାଦ ସେଠୀ କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.