ରାୟଗଡ ଜିଲ୍ଳାରେ ପଲସ୍ ପୋଲିଓ ଅଭିଯାନ ଆରମ୍ଭ

ରାୟଗଡ,୧୧/୩ : ରାୟଗଡା ଜିଲ୍ଳାରେ ରବିବାର ଠାରୁ ତିନି ଦିନିଆ ପଲସ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ନବଜାତ ଶିଶୁଙ୍କ ଠାରୁ ୫ବର୍ଷ ବୟସର ଶିଶୁମାନଙ୍କୁ ଏହି ଅଭିଯାନରେ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ରାୟଗଡା ଜିଲ୍ଳାର ସମୁଦାୟ ୯୯୨ଟି ବୁଥରେ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବା ବେଳେ ଏଥିରେ ୪୯୬ଟି ମୁଖ୍ୟ କେନ୍ଦ୍ର ଓ ୪୯୬ଟି ଉପକେନ୍ଦ୍ର ଖୋଲାଯାଇଛି ବୋଲି ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଜିଲ୍ଳାରେ ମୋଟ ୧ଲକ୍ଷ ୨୦ହଜାର ୨୬୧ଜଣ ଶିଶୁଙ୍କୁ ଏହି ପୋଲିଓ ବୁନ୍ଦା ଦିଆଯିବ । ରବିବାର ଦିନ ୭୦ପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବା ବେଳେ ସୋମବାର ଓ ମଙ୍ଗଳବାର ସ୍ୱାସ୍ଥ୍ୟକର୍ମୀମାନେ ପ୍ରତ୍ୟେକ ପରିବାର ନିକଟକୁ ଯାଇ ଏହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବେ ବୋଲି ଡାକ୍ତର ଶ୍ରୀ ପାଢୀ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.