ଡିଆଇଇଟି ପକ୍ଷରୁ ପ୍ରଥପ୍ରାନ୍ତ ନାଟକ ‘ମୁଇଁ ଇସ୍କୁଲ୍ ଯିମି’ ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) କଳାହାଣ୍ଡିର ଅଧ୍ୟକ୍ଷା ଡ.ସ୍ନେହପ୍ରଭା ମହାପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠାନର ନୂତନ କାର୍ଯ୍ୟକ୍ରମ ‘ବିଦ୍ୟାଳୟକୁ ଫେରିଚାଲ’ର ନୂଆ ରୂପ ପ୍ରଥପ୍ରାନ୍ତ ନାଟକ ‘ମୁଇଁ ଇସ୍କୁଲ୍ ଯିମି’ ନକଟିଗୁଡା ବିଦ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଛି। ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ନରୋତ୍ତମ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ସାରଙ୍ଗଧର ମୁଣ୍ଡ, ହୃଷିକେଶ ନାଏକ ଯୋଗଦେଇ ଉଦଘାଟନ କରିଥିବାବେଳେ ବାପୁଜୀ ସିଆରସିସି ମିନତୀ କୁମାରୀ ପ୍ରଧାନ ଉପସ୍ଥିତ ଥିଲେ। ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ଉକ୍ତ ନାଟକ ଦର୍ଶକ ଓ ଅତିଥିଙ୍କ ଦ୍ୱାରା ଆଦୃତ ହୋଇଥିଲା। ନାଟକ ‘ମୁଇଁ ଇସ୍କୁଲ୍ ଯିମି’ର ମୁଖ୍ୟ ଉଦ୍ଦେଶ୍ୟ ପିଲାଙ୍କର ଅସଲ ଖୁସି ସ୍କୁଲ ଓ ସାଙ୍ଗସାଥି ମେଳରେ ରହିଛି, ପିତାମାତା ପିଲାମାନଙ୍କୁ ସ୍କୁଲ ଯିବାରୁ ବଞ୍ଚିତ ନକରି ସେମାନଙ୍କ ମୁହଁରେ ହସ ଫୁଟାଇ ସେମାନଙ୍କୁ ସୁନାଗରିକ ଭାବେ ଗଢ଼ି ତୋଳିବେ ବୋଲି ମତପ୍ରକାଶ ପାଇଥିଲା। ଡିଆଇଇଟିର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ରାମଚନ୍ଦ୍ର ବାଗ, ଭାରତୀ ଯାନୀ, ଶିକ୍ଷକ ପ୍ରଶିକ୍ଷକ ଅରୁଣ ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ନିହାରିକା ଦେବୀ, ବିଜଲୀ ଏକ୍କା, ସୁନିତା ଦୁର୍ଗା, ରାଜେଶ ଭୋଇ, ଅଫିସ କର୍ମଚାରୀ ପ୍ରଶାନ୍ତ ମିଶ୍ର, ସଂଯୁକ୍ତା ମହାନ୍ତି, ତ୍ରିନାଥ ଶବର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ନିହାରିକା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.