ଡିଗିରାପଡାରେ ୧୩ରୁ ଆରମ୍ଭ ହେବ ୧୬ ପ୍ରହର ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଡିଗିରାପଡାରେ ଆସନ୍ତା ମଇ ୧୩ରୁ ଆରମ୍ଭ ହେବ ୧୬ ପ୍ରହର ନାମଯଜ୍ଞ । ଏନେଇ ସମସ୍ତ ପ୍ରସ୍ତୁତି ସରିଯାଇଥିବା ଜଣାପଡିଛି । ଚଳିତ ବର୍ଷ ପ୍ରଥମ କରି ଡିଗିରାପଡାରେ ଅନୁଷ୍ଠିତ ହେବାକୁ ଯାଉଛି ୧୬ ପ୍ରହର ନାମଯଜ୍ଞ । ଏହାକୁ ନେଇ ପଡାବାସୀଙ୍କ ମଧ୍ୟରେ ଅନେକ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି । ୧୬ ପ୍ରହର ନାମଯଜ୍ଞ ପାଇଁ ମଣ୍ଡପ ସାଜସଜ୍ଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅସ୍ଥାୟୀ ମଣ୍ଡପ ନିର୍ମାଣ ଚାଲୁଛି । ଆସନ୍ତା ୧୩ ସଂଧ୍ୟା ୫.୧୫ ସମୟରେ କଳସ ଯାତ୍ରା ସାଙ୍ଗକୁ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମଇ ୧୪ ସକାଳ ୭.୧୫ ରେ ନାମ ଆରମ୍ଭ ହେବ । ୧୪ ଓ ୧୫ ଦୁଇଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ୧୬ ସକାଳ ୭.୧୫ ସମୟରେ ୧୬ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ । ପୂର୍ଣ୍ଣାହୂତି ପରେ ଦଧିହାଣ୍ଡିର ନଗର ପରିକ୍ରମା ଓ ଏହାପରେ ଦଧିହାଣ୍ଡି ଭାଙ୍ଗିବା ପ୍ରକ୍ରୀୟା ଚାଲିବ ବୋଲି କମିଟି ସୂତ୍ରରୁ ଜଣାପଡିଛି । ଡିଗିରାପଡା ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଋଷି ପଧାନ, ଉପସଭାପତି ଭାବରେ ଗୋବିନ୍ଦ ବଚ୍ଛା, ସାଧାରଣ ସମ୍ପାଦକ ଭାବରେ କୃଷ୍ଣଚନ୍ଦ୍ର ମିର୍ଦ୍ଧା, ଯୁଗ୍ମ ସଂପାଦକ ଭାବରେ ଜୟସେନ ସ୍ୱାଇଁ, କୋଷାଧ୍ୟକ୍ଷ ଭାବରେ ଲଖପତି ପଧାନ ପ୍ରମୁଖ ରହିଥିବା ଜଣାପଡିଛି । ଋକ୍ମୁଣୀ ରଣା ଓ ମଧୁ ରଣା ଦମ୍ପତି ଯଜ୍ଞ କର୍ତ୍ତା ଦାଇତ୍ୱରେ ରହିଥିବା ବେଳେ କୁସୁମପଡାର ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ପୂଜନ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାପଡିଛି । ଏଥିରେ ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ଡିଗିରାପଡା, ବେହେରାପାଟି ଓ ସର୍ଗିଗୁଡାର ତିନିଗୋଟି ସଂକୀର୍ତ୍ତନ ଦଳ ସମେତ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀଙ୍କୁ ନାମଯଜ୍ଞ ପାଇଁ ନିମନ୍ତ୍ରଣ କରାଯାଇଥିବା ସୂଚନାରୁ ଜଣାପଡିଛି । ଡିଗିରାପଡାର ସମସ୍ତ ଯୁବ ଗୋଷ୍ଠି ଓ ଜନସାଧାରଣ ଏଥିରେ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.