ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଯୋଗ ହେଉଛି ଆତ୍ମା ଓ ପରମାତ୍ମାର ସଂଯୋଗ। ଯୋଗ ମାଧ୍ୟମରେ ଆମ ଶରୀରକୁ ସୁସ୍ଥ ସବଳ ରଖିଥାଉ। ‘କର ଯୋଗ ରୁହ ନିରୋଗ’ ମୂଳମନ୍ତ୍ରରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ବେହେରା ଆରଏମସି ପଡିଆ ଠାରେ ଅନୁଷ୍ଠିତ ହେଇଯାଇଛି। ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଲଖିରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶାରିରୀକ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗ ଗୁରୁ ଭାବରେ ଯୋଗ ଦେଇ ଯୁବକ ମାନଙ୍କୁ ଯୋଗ ଶିଖାଇଥିଲେ। ୩୦ଜଣ ଯୁବକ ଭାଗ ନେଇ ଯୋଗାସନକୁ ଅଭ୍ୟାସ କରିବା ସହ ସୁସ୍ଥ ଜୀବନ ଜାପନ ପାଇଁ ଯୋଗ ନିହାତି ଆବଶ୍ଯକ ଓ ନିତିଦିନ ଅଭ୍ୟାସ ଜାରି ରଖିବୁ ବୋଲି ପ୍ରତିଜ୍ଞା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭବେଶ ଗଇଁତା, ଭିକାରୀ ଚରଣ ଗୋପାଳ, ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ହେମାଲ ବିଶି, ଇଶ୍ବର ବାଣୁଆ ପ୍ରମୂଖ ସହଯୋଗ କରିଥିଲେ।