ଟିକିରି ଓ ଡୁଡୁକାବାହାଲରେ ସ୍ଥିତି ପରଖିଲେ ବିଧାୟକ ମକରନ୍ଦ ମୁଦୁଲି

ଦୂଷିତ ପାଣି ପିଇ ବ୍ୟାପିଛି ଡାଇରିଆ, ବିଶୁଦ୍ଧ ଜଳ ଯୋଗାଣ ପାଇଁ ଦେଲେ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ ଓ ଆଲାରାମ ଭାତ୍ରାଙ୍କ ରିପୋର୍ଟ): ରାୟଗଡା ଜିଲ୍ଳା କାଶିପୁର ବ୍ଳକର ଟିକିରି, ଡୁଡୁକାବାହାଲ, ଶଙ୍କରଡା, କୁଚେଇପଦର ସମେତ ଅନ୍ୟ ଗ୍ରାମ ପଂଚାୟତଗୁଡିକରେ ଡାଇରିଆ ରୋଗ ବ୍ୟାପିବାରେ ଲାଗିଛି । ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ରହି ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି । ତେବେ ବିଧାନସଭାରେ ମୈାସୁମୀ ଅଧିବେସନ ଚାଲି ଥିବାରୁ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ପାଖରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ପାନୀୟ ଜଳ ଯୋଗାଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସ୍ୱର ଉଠାଇଛନ୍ତି ରାୟଗଡା ନିର୍ବାଚନ ମଣ୍ଡଳୀ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ।

Omkar Vasthu
Omkar Vasthu


ଆଜି ସେ ଟ୍ରେନ ଯୋଗେ ଭୁବନେଶ୍ୱରରୁ ରାୟଗଡାରେ ପଂହଚିବା ପରେ ଡାଇରିଆ ସଂକ୍ରମିତ ପ୍ରଭାବିତ ଅଂଚଳ ଟିକିରି ଓ ଡୁଡୁକାବାହାଲକୁ ଯାଇ ସ୍ଥିତି ପରଖିଛନ୍ତି । ତାଙ୍କର ଏହି ଗସ୍ତ ବେଳେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ବିଡିଓ ଦେବାଶିଷ କରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ବିଧାୟକ ଶ୍ରୀ ମୁଦୁଲି ପ୍ରଥମେ ଟିକିରି ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ ସେବାର ସୁବିଧା ସଂପର୍କରେ ପଚାରି ବୁଝିଥିଲେ । ପରେ ରୋଗୀମାନଙ୍କୁ ରୁଟି, ସେଓ, ସାବୁନ ଆଦି ସାମଗ୍ରୀ ବଂଟନ କରି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏଥିସହ ରାୟଗଡା ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ ଏବଂ ମହାମାରୀ ବିଶେଷଜ୍ଞ ଡାକ୍ତର ରାଓଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ବେଳେ ବିଧାୟକ ଶ୍ରୀ ମୁଦୁଲି ଟିକିିରିର ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ଯାଇ ସେଠାରେ ଭର୍ତି ହୋଇଥିବା ଝାଡାବାନ୍ତିରେ ଆକ୍ରାନ୍ତ ଦୁଇଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ସେଠାରୁ ସେ ଟିକିରି ସ୍ଥିତ ଝୋଡିଆ ସାହିକୁ ଯାଇ ମୃତ ସରୋଜିନି ଝୋଡିଆଙ୍କ ପରିବାର ଏବଂ ଅନ୍ୟ ୩ଜଣ ମୃତକଙ୍କ ପରିବାରଙ୍କୁ ଭେଟି ଶୋକ ପ୍ରକାଶ କରିବା ସହ ଝୋଡିଆ ସାହିରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ଏବଂ ବିଶୋଧନ ନିମନ୍ତେ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Udyog Nursery
Udyogi Nursery


ଝୋଡିଆ ସାହିରେ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସାହି ବାସିନ୍ଦାମାନେ ଅନୁରୋଧ କରିଥିଲେ । ପରେ ବିଧାୟକ ଥୁଟିବର ଆଶ୍ରମ ବିଦ୍ୟାଳୟକୁ ଯାଇ ସେଠାରେ ଆକ୍ରାନ୍ତ ହୋଇଥିବା ୪ଜଣ ଛାତ୍ରଛାତ୍ରୀ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଅନ୍ତେବାସୀମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବା ପାଇଁ ସ୍କୁଲ କର୍ତୁପକ୍ଷଙ୍କୁ କହିଥିଲେ । ପରେ ବିଧାୟକ ଶ୍ରୀ ମୁଦୁଲି ଡୁଡୁକାବାହଲ ଗ୍ରାମରେ ପଂହଚି ଗାଁକୁ ପାନୀୟ ଜଳ ଯୋଗାଣ କରାଯାଉଥିବା ଜଳ ଉତ୍ସ କୂଅ ପାଖରେ ପଂହଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

କୂଅ ଉପରେ ବାଡ ନ ଥିବାରୁ ଲଗାଣ ବର୍ଷା ଫଳରେ ବାହାର ଅପରିଷ୍କାର ପାଣିଗୁଡିକ କୂଅରେ ମିଶି ଥିବାରୁ ପାନୀୟ ଜଳ ଦୂଷିତ ହୋଇଥିଲା । ତେଣୁ ଲୋକେ ଏହାକୁ ବ୍ୟବହାର କରି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଡୁଡୁକାବାହାଲ ଗ୍ରାମରେ ଯୁଦ୍ଧକାଳୀନ ଭିତିରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଏବଂ ଅଚଳ ହୋଇ ପଡିଥିବା ସୋଲାର ପମ୍ପ କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଶ୍ରୀ ମୁଦୁଲି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ଗସ୍ତ ସମୟରେ ତାଙ୍କ ପ୍ରତିନିଧି ଦେବଗିିରି ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.