ଅରଣା ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ବିରିଡ଼ି ବ୍ଲକ ଅନ୍ତର୍ଗତ ଅରଣା ପଞ୍ଚାୟତରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ତିର୍ତ୍ତୋଲର ମାନ୍ୟବର ବିଧାୟକ ବିଜୟ ଶଙ୍କର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ଗୋଠପଦା ସିଦ୍ଧପୀଠରୁ ବାହାରି କଣ୍ଟୁଆର ଗ୍ରାମର ମା କଞ୍ଚନେଇ ପୀଠ ନିକଟରେ ଶେଷ ହୋଇଥିଲା ।
ଏଥିରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିମୟୀ ରାୟ, ବ୍ଲକ ବିଜେଡ଼ି ସଭାପତି ରବୀନ୍ଦ୍ର ରାଉଳ, ସରପଞ୍ଚ ପୁଷ୍ପଲତା ସିଂ, ସମିତି ସଭ୍ୟ ସଂଗ୍ରାମ କେଶରୀ ନାୟକ, ପଞ୍ଚାୟତ ସଭାପତି ଜିତେନ ବେହେରା, ବରିଷ୍ଠ ନେତା ରବିନାରାୟଣ ସିଂ, ପୂର୍ବତନ ଜିଲ୍ଲାପରିଷଦ ନେତ୍ରାନନ୍ଦ ପାତ୍ର,ପ୍ରଦୀପ୍ତ ଭୂୟାଁ, ଯୁବ ସଂଗଠକ ଦେବୀ ପ୍ରସାଦ ତ୍ରିପାଠୀ, ବରିଷ୍ଠ ନେତା ନୃସିଂହ ଦାଶ, ପବିତ୍ର ପଶାୟତ, ଆତ୍ମା ଅଧ୍ୟକ୍ଷ ପ୍ରତାପ ବେହେରା, କାଳନ୍ଦି ବସ୍ତିଆ, ବ୍ଲକ ଯୁବ ବିଜେଡ଼ି ସଭାପତି ସୁଶାନ୍ତ କୁମାର ସାହୁ, ଛାତ୍ର ବିଜେଡ଼ି ସଭାପତି ଗୋରେଖ ଆଶ୍ରିତ ବେହେରା, ଉପସଭାପତି ଜ୍ୟୋତି ରଞ୍ଜନ ବିଶ୍ଵାଳ, ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ରବିନାରାୟଣ କର, ଯୁବ ନେତା ତୃପ୍ତି ରାୟ, ତୁଷାର ବିଶ୍ଵାଳ, ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସୁଭାଷ ମଲ୍ଲିକ, ମହିଳା ବିଜେଡ଼ି ସଭାପତି ମମତା ମଞ୍ଜରୀ ବେହେରା, ଛାତ୍ର ବିଜେଡ଼ି ସଭାପତି ରାକେଶ ବେହେରା ପ୍ରମୁଖ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନହିତକାରି ଯୋଜନାର ସଫଳ ରୂପାୟନ ଲୋକମାନଙ୍କ ନିକଟରେ ପ୍ରଚାରପତ୍ର ମାଧ୍ୟମରେ ଜଣାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.