ଗାଜଲବାଡ଼ି ଘାଟିରେ ଦୁଇ ବସ୍‌ ମୁହାଁମୁହିଁ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ଗାଜଲବାଡ଼ି ଘାଟିର ୯ନଂ ବୁଲାଣିରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ଟି ବସ୍‌ ମୁହାଁମୁହିଁ ପରିସ୍ଥିତି ହେବା ଫଳରେ ଉଭୟ ବସ୍‌ର ଯାତ୍ରୀ ମାନେ ବଡ ଅଘଟଣରୁ ରକ୍ଷା ପାଇଯାଇଛନ୍ତି। ଖବରପାଇ ନିକଟସ୍ଥ ସୋରଡ଼ା ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡିଛ। ଘଟଣାରୁ ପ୍ରକାଶ ଯେ,ଦାରିଙ୍ଗବାଡି ରୁ ଏକ ସରକାରୀ ବସ ଭଞ୍ଜନଗର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଘରୋଇ ବସ ଛତିଶଗଡ଼, ବିହାର ରାଜ୍ୟ ରୁ କିଛି ପର୍ଯ୍ୟଟକଙ୍କୁ ନେଇ ଦାରିଙ୍ଗବାଡି ଅଭିମୁଖେ ଯାତ୍ରା କରୁଥିଲା। ତେବେ ବାହାର ରାଜ୍ୟର ବସ୍‌ ଚାଳକ ଉକ୍ତ ଅଣ ଓସାରିଆ ଘାଟି ରାସ୍ତା ସମ୍ପର୍କରେ ଅଜଣା ରହିଥିବା ବେଳେ ୯ ନମ୍ବର ବୁଲାଣିରେ ସରକାରୀ ବସ୍‌ ସହ ମୁହାଁ ମୁହିଁ ହୋଇଥିଲା। ତେବେ ସରକାରୀ ବସ୍‌ର ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛ। ଘାଟିରେ ଛତିଶଗଡ଼ ବସ୍‌ଟି ଅଟକି ରହିଥିବାରୁ ଏବେ ସେହି ରାସ୍ତାରେ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ, ସରକାରୀ ବସ୍‌ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.