ଶଗଡ଼ା ଉଚ୍ଚ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଯିଏ ଛାତ୍ରାବସ୍ଥାରେ ପାଠ ପଢ଼େ, ଜୀବନରେ ବହୁତ ଉଚ୍ଚକୁ ଯାଏ। କିନ୍ତୁ ଯିଏ ଛାତ୍ର ଜୀବନକୁ ମଉଜ ମଜଲିସରେ ବିତାଏ, ସେ ପରେ ଦୁଃଖ ପାଏ ବୋଲି ଶଗଡ଼ା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡ଼ାର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଉତ୍ସବର ଉଦଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆସନ୍ତ ନାଏକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ ଭବାନୀଶଙ୍କର ନିଆଲ, ସମ୍ମାନିତ ଅତିଥି ଭାବେ ଶଗଡା ସରପଞ୍ଚ ଗୋବିନ୍ଦ ନାଏକ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ ଯୋଗଦେଇଥିଲେ।

Omkar Vasthu
Omkar Vasthu

ଉଦଯାପନୀ ସମାରୋହରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଟେମଲାଲ ଦୁବେ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାହିତ୍ୟିକ ତଥା ଭେଷଜ ବିଶେଷଜ୍ଞ ଡା.ଦୀନବନ୍ଧୁ ସାହୁ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ କୃତି ଛାତ୍ରଛାତ୍ରୀମାନଂକୁ ପୁରସ୍କାର ପ୍ରଦାନ କରିଥିଲେ। ଏହା ପୂର୍ବରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଶଗଡା ପଞ୍ଚାୟତ ଠାରେ ଏକ ମଲ୍ଟି ପ୍ରପୋଜ ଲର୍ଣ୍ଣିଙ୍ଗ ଓ ଡେଭଲପମେଣ୍ଟ ସେଣ୍ଟରର ଭୂମିପୂଜନ କରିଛନ୍ତି। ଏହା ସହିତ ସେ ଶଗଡାରେ ନିର୍ମିତ ପୂର୍ତ୍ତି ବିଭାଗର ଡାକବଙ୍ଗଳା ଏବଂ ସୁବିଧା ଗୃହକୁ ମଧ୍ୟ ଉଦଘାଟନ କରିଥିଲେ। ପରେ ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇଥିବାରୁ ସ୍କୁଲ ପକ୍ଷରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା।

ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ବରିଷ୍ଠ ଶିକ୍ଷୟିତ୍ରୀ ଜୟପ୍ରଦା ସେଠୀ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ଚନ୍ଦନଲତା ବେହେରା, ମାମିନୀ ପୂଜାରୀ, ସୁଜାତା ପଟ୍ଟନାୟକ, ସ୍ନିଗ୍ଧା ବୁଦ୍ଧିଆ ଓ ବରିଷ୍ଠ ଶିକ୍ଷକ ଅନୁର୍ଜ ଗୌଡ଼। ମଞ୍ଚ ସାଜସଜ୍ଜାରେ ସହଯୋଗ କରିଥିଲେ ଶିକ୍ଷକ ମୁରଲୀ ସାହୁ, ସରୋଜ ରାଉତ, ବିଭୀଷଣ ନାଗ, ସୁନୀଲ ନାୟକ ପ୍ରମୁଖ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ମୁରଲୀ ସାହୁ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.