ଯୁବ କଣ୍ଠ ଶିଳ୍ପୀ ସୁମନ ଶେଖର ମିଶ୍ରଙ୍କ ବିୟୋଗରେ ଶୋକ ସଭା

ସଙ୍ଗୀତ ଜଗତ ପାଇଁ ଅନେକ ସମ୍ଭାବନା ଥିଲେ ସୁମନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଉଦୀୟମାନ ଯୁବ କଣ୍ଠ ଶିଳ୍ପୀ ସୁମନ ଶେଖର ମିଶ୍ର(୨୫)ଙ୍କ ଆଜି ଭୋର୍ ରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପରଲୋକ ହେଇଯାଇଛି । ସେ ଗତ କିଛି ମାସ ଧରି ଯକୃତ ରୋଗ ରେ ପୀଡ଼ିତ ଥିବା ବେଳେ ତାଙ୍କରି ଚିକିତ୍ସା ଚାଲିଥିଲା । କିନ୍ତୁ ଗତ ରାତି ରେ ଦେହ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ନେଇଥିଲେ, ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବା ପରେ ମ.ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୁମନ ମ.ରାମପୁରରେ ଥିବା ବିଟସ ମେଲୋଡିର ଜଣେ ଯୁବ କଣ୍ଠ ଶିଳ୍ପୀ ଥିବା ବେଳେ ପରବର୍ତ୍ତୀ ସମୟରେ ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ରଥ ଯାତ୍ରା ସମୟରେ ବଡ଼ ଦାଣ୍ଡରେ ଭଜନ ପରିବେଷଣ, ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ମଞ୍ଚରେ ସଙ୍ଗୀତ ପରିବେଷଣ କରି ବହୁତ୍ ଲୋକ ପ୍ରିୟ ହେଇ ପାରୁଥିଲେ । କିନ୍ତୁ ଅଚାନକ ତାଙ୍କ ଦେହ ଅସୁସ୍ଥ ପରେ ପରିବାର ବର୍ଗ ଅନେକ ଚେଷ୍ଟା କରିଥିଲେ । ମ.ରାମପୁର ଜନସାଧାରଣ ମଧ୍ୟ ସୁମନଙ୍କ ପାଇଁ ସହାୟତାର ହାତ ବଢ଼େଇ ଥିଲେ କିନ୍ତୁ ଶେଷକୁ ସେ ଆଜି ଆରପାରିକୁ ଚାଲିଯିବା ଅନେକଙ୍କୁ ମର୍ମାହତ କରିଚି । ପରଲୋକ ପରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୧୨ ମାଟ୍ରିକ ବ୍ୟାଚ ତରଫରୁ ଏକ ଶୋକ ସଭା ସହପାଠୀ ଅଭିଷେକ, ସୁମିତ୍, କୁନା, ଆଲୋକ, ପିକୁନ୍, ଜିତୁ, ନବୀନ, ଧର୍ମେନ୍ଦ୍ରଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହେଇଥିଲା । ଏଇ ସଭାକୁ ହେମନ୍ତ ସାହୁ ପରିଚାଳନା କରିଥିବା ବେଳେ ସମାଜସେବୀ ସତ୍ୟ ନାରାୟଣ ସାହୁ, ଆଇନ୍ ଜିବୀ ରାକେଶ ଶତପଥୀ, ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଆଚାରୀ, ଶିକ୍ଷକ ଶେଷ ଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ଥିଲେ । ସୁମନଙ୍କ ବିୟୋଗରେ ବିଟସ ମେଲୋଡି ମୁଖ୍ୟ ଅବିନାଶ ଶତପଥୀ, ସୁମନଙ୍କ ସଙ୍ଗୀତ ଗୁରୁ ସନ୍ତୋଷ କୁମାର ଦୁବେ, ସନ୍ତୋଷ କୁମାର ଦାଶ, ଯୁଗ ଯାତ୍ରୀ ସାହିତ୍ୟ ସଂସଦ ସଭାପତି ପଦ୍ମ ଲୋଚନ ମିଶ୍ର ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.