ପୁଣି ଥରିଲା ପାକିସ୍ତାନ; ମସ୍‌ଜିଦ୍‌ରେ ବିସ୍ଫୋରଣ

ଓଡ଼ିଆ ବାର୍ତ୍ତା/ ଇସ୍‌ଲାମାବାଦ୍‌ : ପୁଣି ଥରିଲା ପାକିସ୍ତାନ । ପାକିସ୍ତାନର ପେଶୱାରରେ ଥିବା ଏକ ମସଜିଦରେ ଏକ ବଡ଼ ଧରଣର ବିସ୍ପୋରଣ ଘଟିଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩ ବୃଦ୍ଧି ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ,  ମସ୍‌ଜିଦ୍‌ରେ ନମାଜ ବେଳେ ଏହି ବିସ୍ଫୋରଣ ଘଟିଛି  । ତେବେ କୁହାଯାଉଛି କି, ବିସ୍ଫୋରଣକାରୀ ଲୋକଙ୍କ ଗହଣରେ ଆଗ ଧାଡ଼ିରେ ରହିଥିଲେ  ।  ପ୍ରାର୍ଥନା ସମୟରେ ସୁଯୋଗ ଦେଖି ଏଭଳି କାଣ୍ଡ ଭିଆଇଛନ୍ତି  । ଏହି ମସଜିଦରେ ପାଖାପାଖି ୫୫୦ ଲୋକ ଥିଲେ । ଏହି ବିସ୍ପୋରଣରେ   ମସଜିଦର କିଛି ଅଂଶ ଭୁଷୁଡ଼ି ପଡ଼ିଥିବା ବେଳେ ଏହା ତଳେ କିଛି ଲୋକ ଚାପି ହୋଇଥିବା ସନ୍ଦେହ କରାଯାଉଛି । ଆହତମାନଙ୍କୁ ପେଶାୱାରର ଲେଡି ରିଡିଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି  । ତେଣୁ ହସ୍ପିଟାଲ ନିକଟରେ ଏମର୍ଜେନ୍ସି ସେବା ଜାରି ହୋଇଛି । ଘଟଣା ପରେ ପୂରା ସହରରେ ମେଡିକାଲ ଏମରଜେନ୍ସି ଘୋଷଣା କରାଯାଇଛି । ବିସ୍ଫୋରଣ ପରେ ପାକିସ୍ତାନରେ ହାଇଆଲର୍ଟ ଜାରି ହୋଇଛି । ପେଶାୱାରର ଏକ ହାଇ ସିକ୍ୟୁରିଟି ଜୋନ୍‌ରେ ମସଜିଦଟି ଉପସ୍ଥିତ  । ତେବେ ଆକ୍ରମଣକାରୀ କିଭଳି ସୁରକ୍ଷାକର୍ମୀଙ୍କ ନଜରରୁ ଖସି ଏଭଳି କାଣ୍ଡ କଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମହମ୍ମଦ ଆଜମ ଖାନ ଘଟଣାରେ ଶୋକ ପ୍ରକାଶ କରିବା ସହ  ଆଜି ରାଜ୍ୟବ୍ୟାପୀ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି। ଏଥି ସହିତ ଜାତୀୟ ପତାକା ଅଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ବିସ୍ପୋରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ତାଲିବାନ ନିଜକୁ ଦାୟୀ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.