ବିଶାଖାପଟନମ ହେବ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ

ଓଡ଼ିଆ ବାର୍ତ୍ତା/ ବିଶାଖାପଟନମ: ଆନ୍ଧ୍ରପ୍ରଦେଶକୁ ମିଳିଲା ନୂଆ ରାଜଧାନୀ । ଏଣିକି ବିଶାଖାପଟନମ ହେବ ଆନ୍ଧ୍ରର ନୂଆ ରାଜଧାନୀ । ଏ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍  ଜଗନମୋହନ ରେଡ୍ଡୀ ସୂଚନା ଦେଇଛନ୍ତି । ମଙ୍ଗଳବାର  ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି,  ମୁଁ ଆପଣ ସମସ୍ତଙ୍କୁ ବିଶାଖାପଟନମ ଆମନ୍ତ୍ରଣ କରିବାକୁ ଆସିଛି ଯେଉଁ ସହର ଶିଘ୍ର ଆମର ରାଜଧାନୀ ହେବାକୁ ଯାଉଛି । ଯଦିଓ କେବେ ଏହା ରାଜଧାନୀ ମାନ୍ୟତା ପାଇବ ତାହା ସେ ସ୍ପଷ୍ଟ କରିନାହାନ୍ତି ତେବେ ସେ ନଜେ ଖୁବ ଶୀଘ୍ର ସେଠାକୁ ସ୍ଥାନାନ୍ତର ହେବେ ବୋଲି କହିଛନ୍ତି । ଆଗକୁ ଅର୍ଥାତ ମାର୍ଚ୍ଚ ୩ ଓ ୪ରେ ଏକ ବୈଶିକ ଶିଖର ସମ୍ମିଳନୀ ଏଠାରେ ହେବାକୁ ଯାଉଛି ଏହି ସମ୍ମେଳନକୁ ନିମନ୍ତ୍ରଣ କରିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି କହିଥିଲେ । ତେଣୁ ଏହା ପୂର୍ବରୁ ରାଜଧାନୀ ସ୍ଥାନାନ୍ତର ହୋଇପାରେ ବୋଲି ଅନୁମାନ କରାଯାଉଛି । ୨୦୧୪ରେ ଯେତେବେଳେ ଆନ୍ଧ୍ରପ୍ରଦେଶରୁ ଅଲଗା ହୋଇ ତେଲେଙ୍ଗାନା ନୂଆ ରାଷ୍ଟ୍ର ହେଲା ସେତେବେଳେ ହାଇଦ୍ରାବାଦ ନୂଆ ରାଜ୍ୟର ରାଜଧାନୀ ହୋଇଥିଲା । ୨୦୧୫ରେ ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବା ପରେ ଅମରାବତୀକୁ ଆନ୍ଧ୍ରର ନୂଆ ରାଜଧାନୀ କରିବା ପାଇଁ ସୁପାରିଶ କରିଥିଲେ । ୨୦୨୦ରେ ରାଜ୍ୟ ପକ୍ଷରୁ ୩ଟି କ୍ୟାପିଟାଲ ସିଟି ବିଶାଖାପଟନମ, ଅମରାବତୀ ଏବଂ କୁର୍ନୁଲ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.