ଘୁନଘୁଟି ପଡାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମଲେଶ୍ଵରୀ ମନ୍ଦିର ସୈ।ନ୍ଦର୍ଯ୍ୟକାରଣ ନାମରେ ରାଜ୍ୟ ସରକାର ଘୁନଘୁଟି ପଡାବାସୀଙ୍କୁ ବାସହିନ କରିବାକୁ ପ୍ରୟାସ କରୁଛନ୍ତି। ସୈ।ନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ଵାର ବାସହୀନ ହେଉଥିବା ପରିବାରକୁ ସରକାରୀ ସହାୟତା ପ୍ରଦାନ ବ୍ୟବସ୍ଥାରେ ପାତର ଅନ୍ତର ନୀତି ଅବଲମ୍ବନ କରିବା ଦୁର୍ଭାଗ୍ୟଜନକ ଅଟେ। ସରକାରଙ୍କ ବିସ୍ଥାପିତ ସହାୟତା ସବୁ ବର୍ଗକୁ ସମାନ କରିବା କଥା, କିନ୍ତୁ ଜାତି ଆଧାରିତ କରି ବିସ୍ଥାପିତ ସହାୟତା ଦିଆଯାଇଛି ବୋଲି ଅଭିଯୋଗ କରିବା ସହ ଏହାକୁ ବିରୋଧ କରି ଘୁନଘୁଟି ପଡାବାସୀ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ଆଜି ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦେଶ୍ୟରେ ପୃଥକ୍ ପୃଥକ୍ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଛି। ଘୁନଘୁଟି ପଡା ବାସିନ୍ଦାଙ୍କ ଦାବିକୁ ଯଦି ରାଜ୍ୟ ସରକାର ଗୁରୁତର ସହିତ ନ ନିଅନ୍ତି ଓ ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରିବାକୁ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ପକ୍ଷରୁ ରାଜ୍ୟ ସରକାରକୁ ଚେତାବନୀ ଦିଆ ଯାଇଛି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନର ମହାସଚିବ ଜତିନ୍ଦ୍ର କର, ଆଇନ୍ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଉପସଭାପତି ସୁର୍ଯ୍ୟ କୁମାର,ବିଏମପି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝୀ ତଥା ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.