ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ଏବଂ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସପଡାର ସହଯୋଗରେ ଶ୍ରମଦାନ ଶିବିର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନି ଧରି ଚାଲିବ। ଶ୍ରମ ଦାନ ଶିବିର ପ୍ରଥମ ଦିନରେ ଉକ୍ତ ଗ୍ରାମର ନଳକୂପ ଏବଂ ପାଣୀଟାଙ୍କି ସଜେଇବା ପାଇଁ ଉକ୍ତ କ୍ଲବର ସଦସ୍ୟ ମାନେ ଶ୍ରମ ଦାନ କରିଥିଲେ। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ପୂର୍ବତନ ଜାତୀୟ ଯୁବ ସ୍ୱେଚ୍ଛାସେବୀ ମିଲନ କୁମାର ଭୋଇଙ୍କ ତତ୍ୱାବଧାନରେ ଶ୍ରମଦାନ ଶିବିର ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସପଡାର ସମ୍ପାଦକ ନରେଶ ନାଏକ, ସଦସ୍ୟ ଶତିଷ ନାଏକ, ଥକୀତ ନାଏକ, ଅନନ୍ତ ନାଏକ, ପପୁ ନାଏକ, ଦିଗାମ୍ବର ନାଏକ ମିଲୁ ପଧାନ, କୁବେର ଭୋଇ, ଦିଲ୍ଲୀପ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।