ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ମନ୍ତବ୍ୟ ଭିଡିଓ ଅପଲୋଡ଼ ନେଇ ବିବାଦ, ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ଭାରତୀୟ ସମ୍ବିଧାନ ପ୍ରତିଷ୍ଠାତା ବିଆର୍. ଆମ୍ବେଦକରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ଗିରଫ ହେଲେ ଅଭିଯୁକ୍ତ। ତେଲେଙ୍ଗାନାରେ ହମାରା ପ୍ରସାଦ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ କରି ଆମ୍ବେଦକରଙ୍କ ବିରୋଧରେ ଅପମାନଜକ ମନ୍ତବ୍ୟ ଦେଇଥିଲେ।  ଏହି ଭିଡିଓରେ ସେ କହିଥିଲେ “ ଯେମିତି ଗଡସେ ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କଲେ ମୁଁ ଆମ୍ବେଦକରଙ୍କୁ ସେମିତି ହତ୍ୟା କରିଥାନ୍ତି।” ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ହମାରା ପ୍ରସାଦକୁ ଗିରଫ କରିଛି ହାଇଦ୍ରାବାଦ ପୁଲିସ୍। ଏହି ଭିଡିଓକୁ ନେଇ ତେଲେଙ୍ଗାନା ବହୁଜନ ସମାଜପାର୍ଟି ନେତା ଆର୍‌ଏସ୍ ପ୍ରବୀଣ କୁମାର ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହାକୁ ନେଇ ରାଜ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣାକୁ ଗୁରତର ସହ ନେଇ ହାଇଦ୍ରାବାଦ ପୁଲିସ ଶୁକ୍ରବାର ଅଭିଯୁକ୍ତ ହମାରା ପ୍ରସାଦକୁ ଗିରଫ କରିଛି। ତା ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୫୩ ଓ ୫୦୫(୨) ଲଗାଯାଇ ମାମଲା ରୁଜୁ କରାଯାଇଛି। ଗରିଫଦାରୀ ନେଇ ଗତକାଲି ହାଇଦ୍ରାବାଦ ପୁଲିସ ସୂଚନା ଦେଇଥିଲା। ପୁଲିସ ସୂଚନା ଦେଇ କହିଛି “ହାଇଦ୍ରାବାଦ ସିଟି ସାଇବର କ୍ରାଇମ ପୁଲିସ ହମାରା ପ୍ରସାଦକୁ ଗିରଫ କରିଛି। ଆମ୍ବେଦକରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଏହାକୁ ସୋସିଆଲ୍ ମିଡିଆରେ ଫରୱାର୍ଡ କରିବା ଅଭିଯୋଗରେ ଆଇପିସିର ୨୫୬/୨୦୨୩/ ୟୁ/ଏସ୍‌ ୧୫୩ଏ ୫୦୫(୨) ରୁଜୁ କରାଯାଇଛି।”

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.