ଛକ ଛକରେ ସିସିଟିଭି ବ୍ୟବସ୍ଥା ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କର

• ଚୋରି ଓ ରାହାଜାନିକୁ ରୋକିବା ପାଇଁ ଏସ.ପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

• ରାୟଗଡ ପୈାରାଂଚଳର କାଉନସିଲର, ବୁଦ୍ଧିଜୀବି ଓ ସ୍ଥାନୀୟ ମହିଳା କଲେ ଦାବି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି, ରାହାଜାନି, ଡକାୟତି ଭଳି ଘଟଣାକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସକାଳ ପାହିଲେ ଭୟ ଓ ରାତ୍ର ହେଲେ ଭୟରେ ଦିନ କାଟୁଛନ୍ତି ଲୋକେ । ଦିବାଲୋକରେ ବୟସ୍କା ମହିଳାମାନଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଭଳି ଘଟଣା ହେଉ ଅଥବା ମେଡିକଲ, ବାହାଘର, ବ୍ରତଘର ତଥା ତୀର୍ଥସ୍ଥାନକୁ ବୁଲିବାକୁ ଯାଇଥିବା ଲୋକଙ୍କ ତାଲା ପଡିଥିବା ଘରେ କଳାକନା ବୁଲାଇ ଦେଉଛନ୍ତି ଦୁର୍ବୁତ । ଯାହାକୁ ନେଇ ସହରବାସୀ ଏବେ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି । ଗତ ଏକ ମାସ ମଧ୍ୟରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀ, ସାମ୍ବାଦିକଙ୍କ ପରିବାରମାନେ ମଧ୍ୟ କିଛି ନା କିଛି ଚୋରି ଭଳି ଘଟଣାର ଶୀକାର ହୋଇଛନ୍ତି । ରାୟଗଡା ଥାନାରେ ଏଭଳି ଅନେକ ଚୋରି, ଡକାୟତି, ରାହାଜାନି ଭଳି ମାମଲା ରୁଜୁ ହେଉଥିବା ବେଳେ ପୋଲିସ ଗୋଟିଏ ଦୁଇଟି ମାମଲାରେ ସଫଳତା ପାଉଥିବା ବେଳେ ଅନ୍ୟ ମାମଲାଗୁଡିିକରେ ସେତେଟା ସଫଳତା ପାଉ ନ ଥିବାରୁ ଚୋର, ଡକାୟତି ଗ୍ୟାଙ୍ଗମାନଙ୍କୁ ସାହାସ ବଢି ଯାଉଛି । ପୁଣି ସେମାନଙ୍କ ଟାର୍ଗେଟରେ ଆଉ କେହି ସହରବାସୀ ରହୁଛନ୍ତି । ତେଣୁ ଏହିଭଳି ଘଡିସନ୍ଧି ମୂହୁର୍ତରେ ଭୟରେ ଦିନ କାଟୁଥିବା ସହରବାସୀଙ୍କୁ ପୋଲିସ ପକ୍ଷରୁ ପୂର୍ବ ପରି ସୁରକ୍ଷା ଯୋଗାଇ ଦେବା ପାଇଁ ନିବେଦନ କରିବା ପାଇଁ ଆଜି ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ ପତ୍ର ଡିଏସପି ସୁଦାମ ମଲ୍ଳିକଙ୍କୁ ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡା ପୈାରାଂଚଳ ୱାର୍ଡ ନମ୍ବର ୧୬ର କାଉନସିଲର ଶ୍ରୀମତି ଶର୍ମିତା ପାଢୀଙ୍କ ନେତୃତ୍ୱରେ କାଉନସିଲର ସନ୍ତୋଷ କୁମାର ଦଳେଇ, ଗୋପିନାଥ ଗଉଡଙ୍କ ସମେତ ସ୍ଥାନୀୟ ଯୁବକ, ମହିଳା ଓ ବୁଦ୍ଧିଜୀବିମାନେ ମିଶି ଆଜି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ସକାଳ ହେଲେ ମହିଳାମାନେ ଫୁଲ ତୋଳିବାକୁ ଯାଉଥିବା ବେଳେ କେହି ନିଜ ପିଲାଛୁଆଙ୍କୁ ସ୍କୁଲ ଛାଡିବାକୁ ତ କେହି ବଜାରକୁ ଯାଇ ଆସିବା ସମୟରେ ହଠାତ ବାଇକରେ ପଛପଟୁ ଆସି ଦୁର୍ବୁତମାନେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ଚାଲିଯାଉଛନ୍ତି । ଘରେ ତାଲା ପକାଇ ଗୋଟିଏ ଦିନ ବାହାରକୁ ଗଲେ ଦୁର୍ବୁତମାନେ କିପରି ଖବର ପାଇ ରାତ୍ର ହେଲେ ସେହି ଘରେ ଚୋରି କରି ସବୁତକ ନେଇ ଚାଲି ଯାଉଛନ୍ତି ତେଣୁ ଏଭଳି ଘଟଣାକୁ ନେଇ ବର୍ତମାନ ସହରବାସୀ ଭୟଭୀତ ହୋଇ ରହିଛନ୍ତି ବୋଲି ଶ୍ରୀମତି ପାଢୀ ପ୍ରକାଶ କରିବା ସହ ରାୟଗଡା ସହରର ସମସ୍ତ ମୁଖ୍ୟ ଛକଗୁଡିକରେ ଯଥାଶୀଘ୍ର ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା, ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ତ୍ୱରାନ୍ନିତ କରିବା, ଆବଶ୍ୟକ ସ୍ଥଳେ ଛକ ଛକରେ ପୋଲିସ କର୍ମଚାରୀଙ୍କୁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ କରିବା ଭଳି ଦାବି ଉଲ୍ଳେଖ କରାଯାଇଛି ବୋଲି କହିଛନ୍ତି । ପୋଲିସ ପକ୍ଷରୁ ସହରବାସୀଙ୍କୁ ନିଶ୍ଚିତ ସୁରକ୍ଷା ଯୋଗାଇ ଦିଆଯିବା ସହ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଡିଏସପି ଶ୍ରୀ ମଲ୍ଳିକ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.