ଝଂଜାବତୀ ମହିଳା ୱାକର୍ସ କ୍ଳବ ରାୟଗଡା ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଅର୍ପିତା ଏବଂ ନେହା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ ରାୟଗଡା ଝଂଜାବତୀ ମହିଳା ୱାକର୍ସ କ୍ଳବ ପକ୍ଷରୁ ରାୟଗଡା ଜିଲ୍ଳାକୁ ଗୈାରବାନ୍ନିତ କରିଥିବା ରାୟଗଡା ମାଟିର ଦୁଇ ଝିଅ ଅର୍ପିତା ପାଢୀ ଏବଂ ଏ.ନେହା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାୟଗଡା ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବର୍ଷର ଛାତ୍ରୀ ଅର୍ପିତା ପାଢୀ ଜଣେ ଏନସିସି କ୍ୟାଡେଟ୍ । ସେ ଗତ ଜାନୁଆରୀ ୨୬ତାରିଖରେ ନୂଆଦିଲ୍ଳୀ ଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସର ପ୍ୟାରେଡରେ ସାମିଲ ହୋଇପାରିଥିଲେ । ଏ ନେଇ ସେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରି ଦେଶ ପାଳୁଥିବା ୭୫ତମ ବର୍ଷ ଆଜାଦି କା ଅମୃତ ମହୋତ୍ସବର ପ୍ରଧାନମନ୍ତ୍ରୀଙ୍କ ରାଲିରେ ଅନୁଷ୍ଠିତ ପ୍ୟାରେଡରେ ସାମିଲ ହୋଇପାରିଥିଲେ । ଯିଏ କି ରାୟଗଡାର ପ୍ରଥମ ମହିଳା ଭାବେ ପରିଗଣିତ ହୋଇପାରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ରାୟଗଡା ଜିଲ୍ଳା ଗୁଣପୁର ସ୍ଥିତ ଜିଆଇଇଟିର ବିଏସସି କୃଷି ବିଭାଗର ଛାତ୍ରୀ ତଥା ରାୟଗଡା ମାଟିର ଝିଅ ଏ.ନେହା ପଟ୍ଟନାୟକ ଗତ ୨୦୨୨ ଜୁଲାଇ ୨ ଓ ୩ ତାରିଖରେ ଆଗ୍ରା ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ କ୍ରସବୋ ସୁଟିଂ ଚାମ୍ପିଆନସିପ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିବା ବେଳେ ଚଳିତ ୨୦୨୩ ବର୍ଷ ଜାନୁଆରୀ ୧୯ ଓ ୨୦ତାରିଖରେ ଆଗ୍ରା ସ୍ଥିତ ଏକଲବ୍ୟ ସ୍ପୋଟର୍ସ ଷ୍ଟାଡିୟମରେ ସେକେଣ୍ଡ ସଂସଦ ଖେଳ ସ୍ପର୍ଦ୍ଧା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ନେହା ୩ଟି ସ୍ୱର୍ଣ୍ଣପଦକ ସହ ରାଇଫଲ ସୁଟିଂ ପ୍ରତିଯୋଗିତାରେ ଗୋଟିଏ ବ୍ରୋଂଜ ପଦକ ହାସଲ କରି ରାୟଗଡା ଜିଲ୍ଳା ଓ ରାଜ୍ୟକୁ ଗୈାରାବାନ୍ନିତ କରିଛନ୍ତି । ଏଣୁ ଅର୍ପିତା ଓ ନେହା ଭଳି ଦୁଇ ମହିଳା ଆଗାମୀ ଯୁବପିଢୀ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ହେବେ ବୋଲି ଝଂଜାବତୀ ମହିଳା ୱାକର୍ସ କ୍ଳବ ସଭାପତି ଅରୁଣା ବେହେରାଙ୍କ ସମେତ ସଂପାଦିକା ରଶ୍ମିତା ପଣ୍ଡା, କୋଷାଧ୍ୟକ୍ଷ ନମିତା ପାଢୀ, ଉପସଭାପତି ସୁଜାତା ମାଦଳା ଏବଂ ସେନାପତି ସନ୍ତୋଷୀ ପ୍ରମୁଖ ପ୍ରମୁଖ ପ୍ରକାଶ କରିବା ସହ ଉଭୟ ନେହା ଓ ଅର୍ପିତାଙ୍କୁ ପୁଷ୍ପଗୁଚ୍ଛ୍ ଦେଇ ଭବ୍ୟ ସ୍ୱାଗତ କରିବା ସହ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.