ସ୍ୱାଗତ ଆଇଟିସିର ୧୬ତମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ସ୍ୱାଗତ ଆଇଟିସିର ୧୬ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଅଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟବକ୍ତା ଭାବରେ ଡ.ଭବାନୀ ଶଙ୍କର ନିଆଲ, ଅନ୍ୟତମ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ଉପସ୍ଥିତ ରହିଥିଲେ। ପ୍ରଥମେ ଅତିଥିଗଣଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ ସମାପ୍ତ ହେଲାପରେ ମଞ୍ଚ ଉପରେ ଅତିଥି ମାନଙ୍କୁ ଆଇଟିସିର ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏହାପରେ ସ୍ୱାଗତ ଆଇଟିସିର ଅଧ୍ୟକ୍ଷ ପ୍ରଦୀପ କୁମାର ଦାସ ସ୍ୱାଗତ ଅଭିଭାଷଣ ରଖିଲା ପରେ ମୁଖ୍ୟ ଅତିଥି ତାଙ୍କର ବକ୍ତବ୍ୟରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପରେ ମୁଖ୍ୟ ବକ୍ତା ଡ.ନିଆଲ ଓ ସମ୍ମାନିତ ଅତିଥି ଶ୍ରୀ ବିଶି ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାମ୍ପ ସୋ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରେୟଶୀ ଦାସ ଏବଂ ଅସ୍ମିତା ପଟ୍ଟନାୟକ ବିଚାରକ ଭାବରେ ସହଯୋଗ କରିଥିଲେ। ଏହାପରେ ପୁରସ୍କାର ବିତରଣ ଇତ୍ସବରେ ଅତିଥିଗଣଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଯୁବ ସମାଜସେବୀ ହିମାଂଶୁ ନାଏକଙ୍କୁ ମଞ୍ଚରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ସେହିପରି ଉଦଘାଟନୀ ଉତ୍ସବରେ ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ଆହ୍ୱାନ ଦେଇଥିଲେ ଏବଂ ପୁରସ୍କାର ବିତରଣ କରିଥିଲେ। ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକ ଧନ୍ୟବାଦ ଅଭିଭାଷଣ ରଖିଥିଲେ। ଆଇଟିସିର କର୍ମକର୍ତ୍ତା ମନୋଜ ଦାସ ମଞ୍ଚ ପରିଚାଳନା କରିବାରେ ସାହାଯ୍ୟ କରିଥିବାବେଳେ ଶଙ୍କର ସେଠୀ, ସନ୍ତୋଷ ଆଚାରୀ, ଭାଗିରଥି ମାଝୀ, କମ୍ବୁଦୀପ ବାଗ, ଜି.ଅଜିତ ରାଓ, ଦୁର୍ଯ୍ୟୋଧନ ସାହୁ, ବାମନ ଗଦିଜେନା, ସୁଧାଂଶୁ ବିଶ୍ୱାଳ, ଆକାଶ ବାଗ, ଅମରେଶ ବନଛୋର, ଛବି ମାଝୀ, ଭାଗ୍ୟବାନ ବୈକାର, ପୁଷ୍ପା ହଂସ ପ୍ରମୁଖ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.