ଗୋଲାମୁଣ୍ଡା ଆଇସିଡିଏସ ଅଫିସ ସମ୍ମୁଖରେ ଯୁବ କଂଗ୍ରେସର ଆମରଣ ଅନଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ହେଉଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଗର୍ଜିଛି ଜିଲ୍ଲା ଯୁବ କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ଗୋଲାମୁଣ୍ଡା ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ୧୦ ଦଫା ଦାବୀ ନେଇ ଯୁବ କଂଗ୍ରେସ ଆମରଣ ଅନଶନରେ ବସିଥିବା ବେଳେ ୧୦ ଦଫା ଦାବୀ ଗୁଡିକ ହେଲା ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ଟଙ୍କା ର ବ୍ୟାପକ ଦୁର୍ନୀତି କରାଯାଇଛି । ପ୍ରକଳ୍ପ ଅଧିକାରୀ ପରିଦର୍ଶନ ପାଇଁ ଉଦ୍ଧିଷ୍ଟ ପଇସାକୁ ନିଜର ଯାତାୟାତ ପାଇଁ ଭବାନୀପାଟଣା ରୁ ଗୋଲାମୁଣ୍ଡା ଆସିବା ପାଇଁ ମିଥ୍ୟା ଭାଉଚ୍ଚର୍ ଜରିଆରେ ବ୍ୟବହାର କରୁଛନ୍ତି ଏହାର ବିଭାଗୀୟ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ଖେଳ ସାମଗ୍ରୀ, ପୋଷାକ ଓ ଔଷଧ ପାଇଁ ଉଦ୍ଧିଷ୍ଟ ଟଙ୍କାକୁ ଅଙ୍ଗନବାଡ଼ି କର୍ମୀଠାରୁ ଜବରଦସ୍ତ ଆଣି ବେନାମୀ ସଂସ୍ଥାର ବିଲ ଭାଉଚର୍ ପ୍ରଦାନ କରି ଆତ୍ମସାତ କରୁଛନ୍ତି । ଖାଦ୍ୟ ନିରାପତ୍ତା ସଂସ୍ଥା ଭୁବନେଶ୍ୱର ଦ୍ଵାରା ନିମ୍ନ ମାନର ଛତୁଆ ରିପୋର୍ଟ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଯୋଗାଣ ଦାୟିତ୍ଵରେ ପୁନର୍ବାର ସୁପାରିଶ କରିଛନ୍ତି ଏହାର ତଦନ୍ତ କରି ଦୋଷୀ ଗୋଷ୍ଠୀକୁ ବହିଷ୍କାର କରାଯାଉ । ଗୋଲାମୁଣ୍ଡା ବ୍ଲକର ଅପପୃଷ୍ଟି ଚିହ୍ନଟ ହୋଇ ଥିବା ୬୮ ଜଣ ଶିଶୁଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରି ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଫୋଜଦାରି ମାମଲା ଦାୟର କରାଯାଉ । ସ୍ୱୟଂ ସହାୟକ ଗୋଷ୍ଠୀ ମାନେ କିଣି ଥିବା ସାମଗ୍ରୀ ଯଥା – ଚଣା, ଚିନି, ଚିନାବାଦାମର ସମସ୍ତ ବିଲ ଭାଉଚରର ସତ୍ୟାସତ୍ୟ ତଦନ୍ତ କରି ସେ ସଂସ୍ଥାମାନେ ବିକ୍ରି କର ପ୍ରଦାନ କରିଛନ୍ତି କି ନାହିଁ ଓ ଦଲାଲ ମାନଙ୍କ ଦ୍ଵାରା କ’ଣ ଆର୍ଥିକ କାରବାର କରିଛନ୍ତି ସବିଶେଷ ତଦନ୍ତ କରାଯାଉ । ପରିବହନ ଠିକାଦାର ବିନା ଓଜନ ମାପ ଯନ୍ତ୍ର ଧରି ଚାଉଳ ପରିବହନ କରି କମ ପରିମାଣ ଚାଉଳ ପ୍ରଦାନ କରୁଛନ୍ତି ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ସମସ୍ତ ଆର୍ଥିକ କାରବାରର ଭିଜିଲାନ୍ସ ଦ୍ଵାରା ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ । ସୁପର ଭାଇଜର ଓ ପ୍ରକଳ୍ପ ଅଧିକାରୀ ଗୋଲାମୁଣ୍ଡା ବ୍ଲକ ଅଞ୍ଚଳରେ ନ ରହି ଭବାନୀପାଟଣା ଓ ଧର୍ମଗଡ ରେ ରହି ସରକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି ସେଥି ପାଇଁ ବ୍ଲକ ଅଞ୍ଚଳରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉ । ତିନି ବର୍ଷରୁ ଉର୍ଦ୍ଧ ସମୟ ଧରି ଗୋଲାମୁଣ୍ଡା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ କାମ କରୁ ଥିବା କର୍ମଚାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଛତୁଆ ପ୍ରତି ଲୋକଙ୍କ ଆଗ୍ରହ ନ ଥିବାରୁ ଏହାକୁ ଗ୍ରହଣ ନ କରି ଗୋ ଖାଦ୍ୟ ହିସାବରେ ବ୍ୟବହାର କରୁଛନ୍ତି ଓ ବିକ୍ରି କରୁଛନ୍ତି । ଗୋଲାମୁଣ୍ଡା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇ ଥିବାରୁ ଶୁଖିଲା ଖାଦ୍ୟ, ନିମ୍ନମାନ ଛତୁଆ ଓ ଲଡୁ ପରିବର୍ତ୍ତେ ବିକଳ୍ପ ପୃଷ୍ଟିକର ଖାଦ୍ୟ ଯୋଗାଣ କରାଯାଉ । ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆମରଣ ଅନଶନରେ ବସି ରହିବ ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଛନ୍ତି । ଏହି ଆମରଣ ଅନଶନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଡାକେ ଲହଜଲ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅନୀଲ କୁମାର ମଲ୍ଲିକ, ଗୋଲାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁ ଜାଲ, ଜିଲ୍ଲା ଯୁବ କଂଗ୍ରେସ ସୋସିଆଲ ମିଡିଆ ଅଧ୍ୟକ୍ଷ ଗଣେଶ କୁମାର ଭାଟି, ଦେବରାଜ ଭାଟି, ପୁନମ ଗୁପ୍ତା, ସୋନି ଶ୍ରୀବାସ୍ତବ, କୁମୁଦିନି ଧଙ୍ଗଡ଼ାମାଝୀ, ଭୁପିନ୍ଦ୍ର ମାଝୀ, ପିଙ୍କୁ ସରାଫ, ସୁରେନ୍ଦ୍ର ସେଠିଆ ପ୍ରମୁଖ ଆମରଣ ଅନଶନରେ ବସିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.