ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମ ଠାରେ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଳବ, ଆନୁକୂଲ୍ୟରେ ଚାଲିଥିବା ନୀଳକଣ୍ଠେଶ୍ଵର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମହିଚଲା ଓ ଟେମରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମ ସେମିଫାଇନାଲ ମ୍ୟାଚ ରେ କୁସୁମଖୁଣ୍ଟି କ୍ରିକେଟ କ୍ଲବ ର ସମସ୍ତ ପୂର୍ବତନ ଖେଳାଳୀ ଯଦୁ ବାଣୁଆ, ହିରଣ୍ୟ ବେହେରା, ଶଙ୍କର କର, ମଣ୍ଟୁ ବେହେରା, ଲୁନା ତ୍ରିପାଠୀ,ବିଷ୍ଣୁ ଭୋଇ,ଅତିଥି ଭାବେ ଯୋଗ ଦେଇ ଖେଳାଳୀ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ ସେମିଫାଇନାଲ ମ୍ୟାଚ ମହିଚଲା ବୁଢାରଜା ଓ ସାନଟେମରୀ ଏକାଦଶ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସାନଟେମରୀ ବ୍ୟାଟିଙ୍ଗ କରି ୧୨ ଓଭର ୯ ଉଇକେଟ ହରେଇ ୧୨୬ ରନ କରିଥିଲା, ଜବାବରେ ମହିଚଲା ଏକାଦଶ ସମସ୍ତ ଉଇକେଟ ହରେଇ ୧୧୦ରନ ସଂଗ୍ରହ କରିପାରିଥିଲା।ଆଜିର ଖେଳ କୁ ବରିଷ୍ଠ ଖେଳାଳୀ ତୋଫାନ କର ଓ ନରେଶ କର ପରିଚାଳନା କରିଥିଲେ । ମୁନା ଖିଳ ଓ ରାଜା ବାଗ ଖେଳ ର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଭାଗ୍ୟବନ୍ତ ପୁଝାରୀ ସ୍କୋର ବୋର୍ଡ ସମ୍ଭାଳି ଥିଲେ । ନୀଳକଣ୍ଠେଶ୍ଵର କ୍ରିକେଟ କମିଟି ର କ୍ଷୀରସିନ୍ଧୁ ସୁନାନୀ, ଦୟାନିଧି କର, ହର କର, ନରେନ୍ଦ୍ର ଭରତୀଆ ଋତୁ ନାଗ, ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।