ମହାଶକ୍ତି ଫାଉଣ୍ଡେସନ ତରଫରୁ ପଂଚମ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କ ତ୍ରି-ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ତଥା ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ମାଣିକେରା, ମୋହନଗିରି ଓ ସିଂହପୁର ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ମାନଙ୍କୁ ନେଇ ତ୍ରୀ-ଦିବସୀୟ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମକୁ ମାନିକେରା ଓ ସିଂହପୁର ନାଏବ ସରପଞ୍ଚ ଏବଂ ଆୟୋଜକ ଅନୁଷ୍ଠାନର ପ୍ରକାଶ ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ । ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ତିନି ଦିନିଆ ତାଲିମ ର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ର ତାଲିମଦାତା ସୁଶ୍ରୀ ସ୍ୱର୍ଣାଲତା ମହାନ୍ତି ଓ ସୁଶ୍ରୀ ଗୀତାଞ୍ଜଳି ପଟ୍ଟନାୟକ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତରେ ୱାର୍ଡ ମେମ୍ବର ମାନଙ୍କ ଭୂମିକା, ଦାୟିତ୍ଵ, କର୍ତ୍ତବ୍ୟ ଓ ବିଭିନ୍ନ ସରକାରୀ ଯୋଜନା, ପଲ୍ଲୀ ସଭା, ଗ୍ରାମ ସଭା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ତୃତୀୟ ଦିନରେ ସରକାରଙ୍କ ଏକ ସଫଳ କାର୍ଯ୍ୟକ୍ରମକୁ କ୍ଷେତ୍ର ପରିଦର୍ଶନ ପାଇଁ 5T ସ୍କୁଲ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପଂଚାୟତରାଜ ପ୍ରତିନିଧିଙ୍କ ଜ୍ଞାନ ଓ କୌଶଳର ବୃଦ୍ଧି ପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଥିଲା । ତୃତୀୟ ଦିବସରେ ଆୟୋଜକ ଅନୁଷ୍ଠାନର ପ୍ରକାଶ ଚନ୍ଦ୍ର ସାହୁ ତାଲିମାର୍ଥିଙ୍କୁ ଦିୟିତ୍ଵ, କର୍ତ୍ତବ୍ୟ ଓ ୱାର୍ଡ ଏବଂ ଗ୍ରାମପଞ୍ଚାୟତ ବିକାଶରେ ସେମାନଙ୍କ ଭୂମିକା ବିଷୟରେ ସୂଚନା ଦେଇଥିଲେ । ତାଲିମ କାର୍ଯ୍ୟକ୍ରମର ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିନିଧି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପ୍ରଧାନ ଯୋଗ ଦେଇ ଅଂଶ ଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଆୟୋଜକ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିବା ବେଳେ ସଂଯୋଜିକା ମମିତା ପୁଝାରୀ, ପୂର୍ଣ୍ଣମୀ ବଗର୍ତ୍ତୀ, ଟୁକୁନା ବାଗ ଓ ବଂଶୀଧର ରଣା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.