ଏପ୍ରିଲ ୬ରୁ ଜେଇଇ ମେନ ୨ୟ ପର୍ଯ୍ୟାୟ ପରୀକ୍ଷା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଏକକ ପ୍ରବେଶିକା ପରୀକ୍ଷା ବା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା (ଜେଇଇ)ର ୨ୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ ତାରିଖରୁ ଆରମ୍ଭ ହେବ। ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ଦ୍ୱାରା ପରିଚାଳିତ ଏହି ସର୍ବଭାରୀୟ ସ୍ତରର ପରୀକ୍ଷା ଏପ୍ରିଲ ୬, ୮,୧୦, ୧୧ ଏବଂ ୧୨ ତାରିଖରେ ହେବ। ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଅନଲାଇନରେ ପଞ୍ଜୀକରଣ କରାଯିବ। ଫେବ୍ରୁଆରୀ ୧୪ ତାରିଖରୁ ଏଥିପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଗଲାଣି। ଏହା ମାର୍ଚ୍ଚ ୧୨ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନରେ ଫି ଭରି ପାରିବେ। ସବିଶେଷ ତଥ୍ୟ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବ ସାଇଟକୁ ଯାଇ ଜାଣି ପାରିବେ। ଏଥିପାଇଁ  jeemain.nta.nic.in. ରେ ଆବେଦନ ଫର୍ମ ର ଲିଙ୍କ ମିଳୁଛି। ଛାତ୍ରଛାତ୍ରୀମାନେ ଏହି ଲିଙ୍କରେ ଫର୍ମ ପୂରଣ କରି ସବମିଟ କରିବେ। ଯେଉଁମାନେ ଜେଇଇ ମେନର  ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇନାହାନ୍ତି, ସେମାନେ ୨ୟ ପର୍ଯ୍ୟାୟ ପାଇଁ ଆବେଦନ କରିପାରିବେ। ଏଥିସହିତ ଯଉଁମାନେ  ପ୍ରଥମ ପର୍ଯ୍ୟାୟ ଦେଇଛନ୍ତି ସେମାନେ ବି ଆବେଦନ କରିପାରିବେ। ତେବେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ଆଉ ରେଜିଷ୍ଟ୍ରେସନ ଫି ଭରିବାକୁ ପଡିବ ନାହିଁ। ସେମାନେ କେବଳ ଦରଖାସ୍ତ ଫର୍ମ ପୂରଣ କରି ଅନଲାଇନରେ ସବମିଟ କରିବେ। ଏଠି କହିରଖିବୁ, ଜେଇଇ ମେନ ପରୀକ୍ଷା ଦେବା ପାଇଁ ୮ ଳକ୍ଷ ୬୦ ହଜାର ୬୪ ଜଣ ପିଲା ପଞ୍ଜୀକରଣ କରିଥିଲେ। ସେଥିରୁ ୮ ଲକ୍ଷ ୨୩ ହଜାର ପିଲା ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ଫେବ୍ରୁଆରୀ ୭ ତାରିଖରେ ବାହାରି ସାରିଛି। ଏପ୍ରିଲରେ ୨ୟ ପର୍ଯ୍ୟାୟ ପରୀକ୍ଷା ସରିବା ପରେ ଉଭୟର ଫଳକୁ ମିଶାଇ ରାଙ୍କ ଘୋଷଣା କରାଯିବ। ଏହି ଫଳ ବାହାରିବା ପରେ ଶ୍ରେଷ୍ଠ ୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ଦେଇପାରିବେ। ଜେଇଇ ଆଡ ଭାନ୍ସସ ଫଳାଫଳ ବାହାରିବା ପରେ ଯୋଗ୍ୟ ପିଲାମାନେ ଦେଶର ପ୍ରମୁଖ ଆଇଆଇଟି କଲେଜରେ ପଢି ପାରିବେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.