ଜାମିନ୍‌ରୁ ଆସିବା ପରେ କ୍ରିକେଟର ପୃଥ୍ୱୀ ଶ’ଙ୍କ ବିରୋଧରେ ଓଲଟା କେସ ଦାୟର କଲେ ସପ୍ନା ଗିଲ୍

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ’ ଓ ସପ୍ନା ଗିଲ୍‌ଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଛି। ସେଲ୍‌ଫୀ ପାଇଁ ମାର୍‌ପିଟ୍ ଘଟଣାରେ ଗତକାଲି ସପ୍ନାଙ୍କୁ ଜାମିନ୍ ମିଳିବା ପରେ ସେ ପୁଣିଥରେ ପୃଥ୍ୱୀ ଶ’ ଓ ତାଙ୍କ ବନ୍ଧୁ ଆଶିଷ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଏକ ନୂଆ ମାମଲା ଦାୟର କରିଛନ୍ତି। ମୁମ୍ବାଇ ଏୟାରପୋର୍ଟ ଷ୍ଟେସନ୍‌ରେ ଏହି ମାମଲା ଦାୟର ହୋଇଛି। ସପ୍ନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଫେବ୍ରୁଆରୀ ୧୫ ତାରିଖରେ ଏକ କ୍ଲବକୁ ଯାଇଥିଲେ। ଏହି ସମୟରେ ତାଙ୍କ ସାଙ୍ଗ ଶୋଭିତ ଠାକୁର ପୃଥ୍ୱୀଙ୍କୁ ଦେଖି ସେଲ୍‌ଫୀ ନେବାକୁ କହିଥିଲେ। ହେଲେ ପୃଥ୍ୱୀ ନିଶାରେ ଚୁର୍ ଥିବାରୁ ସେ ଶୋଭିତ୍‌ଙ୍କୁ ହାତରୁ ମୋବାଇଲ୍ ଛଡ଼ାଇ ନେଇ କଚାଡ଼ି ଭାଙ୍ଗି ଦେଇଥିଲେ ବୋଲି ସପ୍ନା ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

ସେ ଅଭିଯୋଗ କରି କହିଛନ୍ତି ଯେ ସେ କ୍ରିକେଟ୍‌ର ସେତେ ବଡ଼ ଫ୍ୟାନ୍ ନୁହଁନ୍ତି, କି ପୃଥ୍ୱୀଙ୍କୁ ଶ’ଙ୍କୁ ଜାଣି ନାହାନ୍ତି। କିନ୍ତୁ ପୃଥ୍ୱୀ ଓ ତାଙ୍କ ସାଙ୍ଗମାନେ ଯେଉଁଭଳି ଭାବେ ବନ୍ଧୁ ଶୋଭିତ୍‌ଙ୍କୁ ଉପରେ ଆକ୍ରମଣ କଲେ ତାହା ଦେଖି ସପ୍ନା ଏଥିରେ ହସ୍ତକ୍ଷେପ କରିଥିଲେ। ଶୋଭିତଙ୍କୁ ଛାଡ଼ି ଦେବାକୁ ସପ୍ନା ପୃଥ୍ୱୀ ଓ ତାଙ୍କ ସାଙ୍ଗମାନଙ୍କୁ ଅନୁରୋଧ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶୋଭିତ୍‌ଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରୁଥିବା ବେଳେ ପୃଥ୍ୱୀ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ତାଙ୍କୁ ଅସମ୍ବେଦନଶୀଳ ଭାବେ ଛୁଇଁ ଠେଲି ଦେଇଥିଲେ। ଏହି ଘଟଣା ପରେ ପୃଥ୍ୱୀ ଓ ତାଙ୍କ ବନ୍ଧୁ ପୁଲିସରେ ମାମଲା ନ କରିବାକୁ ସପ୍ନାଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ। ଏଥିପାଇଁ ଘଟଣା ପରେ ଦୟା ଦେଖାଇ  ସେ ଥାନାରେ ମାମଲା କରି ନଥିଲେ ବୋଲି ସପ୍ନା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ପୃଥ୍ୱୀ ଶ’ ପକ୍ଷରୁ ସପ୍ନାଙ୍କ ବିରୋଧରେ ଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗ ଲଗାଯାଇଛି। ଅଭିଯୋଗ ଅନୁସାରେ, ମାର୍‌ପିଟ ଘଟଣା ପରେ ସପ୍ନା ପୃଥ୍ୱୀ ଓ ତାଙ୍କ ବନ୍ଧୁଙ୍କୁ ଧମକାଇ ଥିଲେ। ୫୦ ହଜାର ଟଙ୍କା ଦିଅ ନହେଲେ ମିଛ କେସ୍‌ରେ ଫସାଇ ଦେବି ବୋଲି ସପ୍ନା ଧମକ ଦେଇଥିଲେ ବୋଲି ପୃଥ୍ୱୀଙ୍କ ବନ୍ଦୁ ଆଶିଷ ଯୋଗେନ୍ଦ୍ର ଯାଦବ ଅଭିଯୋଗ କରିଛନ୍ତି।

Udyog Nursery
Udyogi Nursery

ସୂଚନା ଥାଉକି ଫେବ୍ରୁଆରୀ ୧୫ ତାରିଖରେ ପୃଥ୍ୱୀ ଓ ତାଙ୍କ ବନ୍ଧୁମାନେ ମୁମ୍ବାଇର ସାନ୍ତାକ୍ରୁଜ୍ ଠାରେ ଥିବା ହୋଟେଲ ଶାହାର ଷ୍ଟାର୍‌କୁ ଡିନର ପାଇଁ ଯାଇଥିଲେ। ଏହି ସମୟରେ ସେଲ୍‌ଫୀ ପାଇଁ ଉଭୟ ସପ୍ନା ଗ୍ୟାଙ୍ଗ ଓ ପୃଥ୍ୱୀଙ୍କ ବିରୋଧରେ ମାରିପଟ୍ ହୋଇଥିଲା। ଏହାପରେ ଆଶିଷଙ୍କ ଅଭିଯୋଗ କ୍ରମେ ଓଶିୱାରା ପୁଲିସ୍ ଫେବ୍ରୁଆରୀ ୧୭ ତାରିଖରେ ଗିଲ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ୮ ଜଣଙ୍କକ ନାଁରେ ମାମଲା ରୁଜୁ ହୋଇଥିଲେ ବି ସପ୍ନାଙ୍କ ସହ ୪ ଜଣ ଗିରଫ ହୋଇଥିଲେ। ତେବେ ଗତକାଲି ଆନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟକ ସପ୍ନା ଓ ଅନ୍ୟ ୪ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.