ଲାଇଭ୍ ଶୋରେ ଖବର ପଢ଼ୁ ପଢ଼ୁ ଖସି ପଡ଼ିଲେ ଆଙ୍କର, ଦେଖନ୍ତୁ ଭିଡିଓ…

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ଟିଭି ଆଗରେ ଆପଣ ଆଙ୍କରକୁ ନ୍ୟୁଜ୍ ପଢ଼ୁଥିବା ଦେଖନ୍ତି । ବିଭିନ୍ନ ଖବରକୁ ଆଙ୍କର ଗମ୍ଭୀରତାର ସହ ପରସନ୍ତି । ହେଲେ ନ୍ୟୁଜ୍ ପଢ଼ୁଥିବା ବେଳେ ଆଙ୍କର ଚେୟାରରୁ ଖସି ତଳେ ପଡ଼ି ଯାଇଛନ୍ତି । ଏମିତି ଘଟିଛି ଆମେରିକାର ଲୋକପ୍ରିୟ ଚ୍ୟାନେଲ୍ ସିବିଏସର ଲାଇଭ ଶୋରେ ।

ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଲାଇଭ୍ ଶୋରେ ଖସି ପଡ଼ିଥିବା ଆଙ୍କର ଜଣଙ୍କ ହେଉଛନ୍ତି ଏଲିସା କାର୍ଲସନ୍ । ସେ ଏବେ ସୁସ୍ଥ ଅଛନ୍ତି । ଶନିବାର ଲାଇଭ୍ ଶୋରେ ପାଣିପାଗ ଖବର ପାଇଁ ଅନ୍ୟ ୨ ସାଥୀ ଆଙ୍କର ଏଲିସାଙ୍କୁ ଲିଙ୍କ୍ ଦେଇଥିଲେ । ଆଉ ଏଲିସା ପାଣିପାଗ ଖବର କହିବା ଆରମ୍ଭ କ୍ଷଣି ଖସି ପଡ଼ିଥିଲେ ।

ତୁରନ୍ତ ସାଥୀ ଆଙ୍କର ବ୍ରେକ୍ ନେବା ସହ ଏଲିସାଙ୍କୁ ଉଠାଇ ଥିଲେ । ଘଟଣାର କିଛି ଘଣ୍ଟା ପରେ ଏଲିସା ଫେସବୁକରେ ଲେଖିଛନ୍ତି, ଅଚାନକ କଣ ଘଟିଲା ମନେ ପଡ଼ୁନି । ଏହା ପୂର୍ବରୁ ୨୦୧୪ରେ ଏଲିସା ଅନ୍ୟ ଏକ ଚ୍ୟାନେଲରେ କାମ କରୁଥିବା ବେଳେ ସମାନ ଧରଣର ଘଟଣା ସେତେବେଳେ ମଧ୍ୟ ଘଟିଥିଲା ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.