ନିଶାରେ ଚୁର୍‌ ହୋଇଗଲା ବର, ଭୁଲିଗଲା ନିଜ ବାହାଘର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ବିବାହ ଏକ ପବିତ୍ର ବନ୍ଧନ । ସମସ୍ତେ ନିଜ ବିବାହକୁ ନେଇ ବହୁତ୍‌ ଉତ୍ସାହିତ ରହିଥାଆନ୍ତି । ସେଥିପାଇଁ ଖାଦ୍ୟ ପାନୀୟରେ ଅଧିକ ଗୁରୁତ୍ୱ ଦେଇଥାଆନ୍ତି  । ବିବାହ ଉତ୍ସବରେ ମଦ୍ୟପାନ ସାଧାରଣ କଥା । ମଦ୍ୟପାନ କରି ବରଯାତ୍ରୀ ମାନେ ନାଚୁଥିବାର ମଧ୍ୟ ଆମେ ଦେଖିଛନ୍ତି । ଅନେକ ଥର ମଦ୍ୟପାନ କାରଣରୁ ବିବାହ ଭାଙ୍ଗିବାର ମଧ୍ୟ ସାମ୍ନାକୁ ଆସିଛି । ହେଲେ ନିକଟରେ ଜଣେ ବର ପିଉ ପିଉ ଏତେ ପିଇଦେଲେ ଯେ ନିଜ ବାହାଘରକୁ ଯିବାକୁ ଭୁଲିଗଲେ । ଏଭଳି ଘଟଣା  ଭାଗଲପୁରର ସୁଲତାନଗଞ୍ଜର ମିର୍ଜାପୁରରେ ଘଟିଛି ।ମିର୍ଜାପୁରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କନ୍ୟାଘର ପକ୍ଷରୁ ବରକୁ ଅପେକ୍ଷା କରାଯାଇଥିଲା । ହେଲେ ବର ବିବାହ ସମୟରେ ନ ଆସି ସକାଳେ ଆସି ପହଞ୍ଚିଥିଲା । ବର ଜଣକୁ ବିବାହରେ ନପହଞ୍ଚିବା କାରଣ ପଚାରିବାରୁ ଜଣାପଡ଼ିଥିଲା ଯେ ବର ଜଣକ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସମୟରେ ବିବାହ ମଣ୍ଡପରେ ପହଞ୍ଚି ପାରିନଥିଲେ । ଯାହାକୁ ନେଇ କନ୍ୟା ଜଣକ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲା । ହେଲେ ବରର ଏପରି ନିଶା ସେବନ କଥା ବିଳମ୍ବ ଯୋଗୁଁ କନ୍ୟାର ଗ୍ରାମବାସୀ ମାନେ ବରକୁ ଅଟକ ରଖିଥିଲେ । ବିବାହ ପ୍ରସ୍ତୁତି ପାଇଁ ହୋଇଥିବା ଖର୍ଚ୍ଚ ଦେବାକୁ ସେମାନେ ଦାବି କରିଥିଲେ । ହେଲେ ବର ପକ୍ଷ ଟଙ୍କା ଦେବାକୁ ରାଜି ହୋଇନଥିଲେ  । ଫଳରେ ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି । ବିବାହ ଦିନ ମଦ୍ୟପ ବରର ଏହି କାର୍ଯ୍ୟ ହେତୁ ମୋ ପରିବାର ସଦସ୍ୟଙ୍କୁ ସମାଜରେ ବଦନାମ କରାଯାଇଛି ବୋଲି କନ୍ୟା କହିଛି । ଏଥିସହ ଏପରି ମଦ୍ୟପ ଯୁବକଙ୍କୁ କେହି ବିବାହ ନ କରନ୍ତୁ ବୋଲି ଅପିଲ୍‌ କରିଛନ୍ତି । ମିଛ କହି ବିବାହ କରିବାକୁ ଷଡଯନ୍ତ୍ର କରିଥିଲା। ବର ଜଣକ ପୂର୍ବରୁ ବିବାହିତ, ତାଙ୍କର ଦୁଇଟି ସନ୍ତାନ ଥିବା ଅଭିଯୋଗ ଆଣିଛନ୍ତି କନ୍ୟା ।  ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରିବା ପାଇଁ ଦାବି କରାଯାଇଛି  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.