ଦୀନେଶ ମୋଙ୍ଗିଆ ଓ ରୂମେଲିଙ୍କୁ କୋଚ୍ ଭାବେ ନିଯୁକ୍ତି ଦେଲା ଓସିଏ

ଓଡ଼ିଆ ବାର୍ତ୍ତା/ କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିକଟରେ ଆଗାମୀ ବିସିସିଆଇ ଘରୋଇ ମ୍ୟାଚ ୨୦୨୩-୨୪ ପାଇଁ ଦୁଇ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ଦିନେଶ ମୋଙ୍ଗିଆଙ୍କୁ ଓଡ଼ିଶା ସିନିୟର ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ଚୟନ କରାଯାଇଥିବା ବେଳେ ରୁମେଲି ଧରଙ୍କୁ ସିନିୟର ମହିଳା ଦଳର କୋଚ ଦାୟିତ୍ୱ ଦିଆଯାଇଛି। ଓସିଏର କାର୍ଯ୍ୟାଳୟରେ କ୍ରିକେଟ୍ ପରାମର୍ଶଦାତା କମିଟି ପକ୍ଷରୁ ହୋଇଥିବା ସାକ୍ଷାତକାର ପ୍ରକ୍ରିୟା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଓସିଏ ବରିଷ୍ଠ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ, ବରିଷ୍ଠ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଏବଂ ବରିଷ୍ଠ ପୁରୁଷ, କନିଷ୍ଠ ପୁରୁଷ ଏବଂ ମହିଳା ଚୟନ କମିଟିର ସଦସ୍ୟ ପଦ ପାଇଁ ଏହାର ଅଫିସିଆଲ ଓ୍ବେବସାଇଟରେ ବିଜ୍ଞାପନ ଦେଇଥିଲା। ଏହି ପଦବୀ ପାଇଁ ଅନେକ ପ୍ରାର୍ଥୀ ସେମାନଙ୍କ ସିଭି ଦାଖଲ କରିଥିଲେ। ତଥାପି, ସିଏସି ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପରିଚୟପତ୍ର, କୋଚିଂ ଅଭିଜ୍ଞତା ଏବଂ ବିଶେଷଜ୍ଞତାକୁ ସତର୍କତାର ସହ ଯାଞ୍ଚ କରିଥିଲେ। ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଥିଲେ ଯେ ମୋଙ୍ଗିଆ ଓ ଧର ଦଳକୁ ସଫଳତା ଦେଇପାରିବେ ବୋଲି ସଙ୍ଘ ବିଶ୍ୱାସ ରଖିଛି। ଉଭୟ ପ୍ରଶିକ୍ଷକଙ୍କର କ୍ରିକେଟ୍ ଓ କୋଚିଂ କ୍ଷେତ୍ରରେ ପ୍ରଭାବଶାଳୀ ପୃଷ୍ଠଭୂମି ରହିଛି। ମୋଙ୍ଗିଆ ଭାରତୀୟ ଜାତୀୟ ଦଳ ପକ୍ଷରୁ ଖେଳିବା ସହ ପୂର୍ବରୁ ବିଭିନ୍ନ ରାଜ୍ୟ ଦଳର ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ସେହିପରି ଧର ଭାରତୀୟ ମହିଳା କ୍ରିକେଟ୍ ଦଳ ପକ୍ଷରୁ ଖେଳିଥିବା ବେଳେ କୋଚିଂରେ ତାଙ୍କର ଭଲ ଅଭିଜ୍ଞତା ରହିଛି। ମୋଙ୍ଗିଆ ଓ ଧରଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଓସିଏ ନିଯୁକ୍ତି ଦେବା ଓଡ଼ିଶାରେ କ୍ରିକେଟର ବିକାଶ ପାଇଁ ସଙ୍ଘର ଉଦ୍ୟମର ଏକ ପଦକ୍ଷେପ ବୋଲି କୁହାଯାଉଛି। ପ୍ରଶିକ୍ଷକମାନେ ସେମାନଙ୍କ ଦକ୍ଷତାକୁ  ଆଗାମୀ ଧରୋଇ ମ୍ଯାଚରେ ଦଳଗୁଡ଼ିକୁ ସଫଳତା ହାସଲ କରିବାରେ ସହାୟକ ହେବେ ବୋଲି ସଙ୍ଘ ଆଶା ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.