ନର୍ଲା କୃଷି ବିଭାଗର ଅକ୍ଷୟ ତୃତୀୟା ପାଳନ; ହଳକରି ଅକ୍ଷିମୁଠି ଶୁଭାରମ୍ଭ କଲେ ଅତିଥି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କୃଷି ବିଭାଗ ତରଫରୁ ଅକ୍ଷୟ ତୃତୀୟା ଅବସରରେ ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବେହେରାପାଟିର ଲଳିତ ପଧାନଙ୍କ ଚାଷଜମିରେ ଅକ୍ଷିମୁଠିର ଶୁଭାରମ୍ଭ କରାଯାଇଛି । ଚଲିତ ବର୍ଷ ନର୍ଲା କୃଷି ଅଫିସ ତରଫରୁ ଘଣ୍ଟମାଳ ଗ୍ରାମ ପଞ୍ଚାୟତର ତିଲେଇମାଳ ଠାରେ ଅକ୍ଷୟ ତୃତୀୟା ଉତ୍ସବ ପାଳନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ହେଲେ ଶନିବାର ରାତିରେ ଓ ରବିବାର ଭୋର ୪ ସମୟରୁ ପ୍ରବଳ ବର୍ଷା ଯୋଗୁଁ କାର୍ଯ୍ୟକ୍ରମକୁ ନର୍ଲା କୃଷି ଅଫିସ ବେହେରାପାଟି ଠାରେ ଏହା ପାଳନ କରାଯାଇଥିଲା । ପ୍ରଥମେ ନର୍ଲା କୃଷି ଅଫିସ ସମ୍ମୁଖରେ ରହିଥିବା ଚାଷକାର୍ଯ୍ୟ ପାଇଁ ପ୍ରସ୍ତୁତ ଜମିରେ ପୂଜନ ବିଧି ପରେ ଚାଷୀ ତଥା ଆତ୍ମାର ଅଧ୍ୟକ୍ଷ ଆଲୋକ ଚାନ୍ଦ ହଳ କରି ଅକ୍ଷିମୁଠି ବୁଣିଥିଲେ । ଏହାପରେ ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର ହଳ ଯୋଶିଥିବା ବେଳେ ରେବାନନ୍ଦ ପଧାନ ଅକ୍ଷିମୁଠି ଅନୁକୂଳ କରିଥିଲେ । ଏହାପରେ ଅତିଥି ବୃନ୍ଦ ଅକ୍ଷିମୁଠି ଜମିରେ ବୁଣିଥିଲେ । ଆଗରେ ଆଗରେ ସୁସଜ୍ଜିତ ହଳ ନଙ୍ଗଳ ଚାଲିଥିଲା । ବ୍ରହ୍ମା ପଣ୍ଡିତ ନରେଶ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଆତ୍ମା ଅଧ୍ୟକ୍ଷ ଆଲୋକ ଚାନ୍ଦ ପୂଜାକର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରିଥିଲେ । ନର୍ଲା ସହକାରୀ କୃଷି ଅଧିକାରୀ ସୁଶ୍ରୀ ନାଏକ, ଗ୍ରାମ୍ୟ କୃଷି କର୍ମଚାରୀ ତୀର୍ଥ ଶବର, ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତି ମାଝୀ, ଜ୍ୟୋତ୍ସ୍ନା ଭୋଇ ଓ କୃଷକ ସାଥୀ ମାନେ ଧାନବୁଣାରେ ସହଯୋଗ କରିଥିଲେ ।

ଏହାପରେ ଉପସ୍ଥିତ ଶତାଧିକ ଚାଷୀଙ୍କୁ ନେଇ ନର୍ଲା ଆତ୍ମା ଅଧ୍ୟକ୍ଷ ଆଲୋକ ଚାନ୍ଦଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଲିଲି ଦୀପ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଗାଡେବନ୍ଧ ସରପଞ୍ଚ କବିତା ବାଗ, ସହକାରୀ କୃଷି ଅଧିକାରୀ ସୁଜାତା ନାଏକ, ପେକ୍ସ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ନଦାତା ଚାଷୀ ଆଜି ଶୁଭ ଲଗ୍ନରେ ଚାଷକାର୍ଯ୍ୟ ଆରମ୍ଭ କରିଛି, ଠାକୁର ଅଞ୍ଚଳର ଚାଷୀଙ୍କୁ ସହାୟ ହୁଅନ୍ତୁ । ଚଳିତ ବର୍ଷ ଉତ୍ତମ ଫସଲ ହେଉ ବୋଲି ଶୁଭ ମନାସୀ ଥିଲେ ଅତିଥିବୃନ୍ଦ । ପ୍ରଥମେ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ବ୍ଲକ କୃଷିଅଧିକାରୀ ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହକାରୀ କୃଷି ଅଧିକାରୀ ସୁଜାତା ନାଏକ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଗାମ୍ୟ କୃଷି କର୍ମଚାରୀ  ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତୀ ଭୋଇ ପ୍ରମୁଖ ଅତିଥିଙ୍କୁ ବିଭାଗ ତରଫରୁ ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

ନର୍ଲା କୃଷି ଅଫିସ ସହ ବିଭିନ୍ନ କୃଷି ଭିତ୍ତିକ ଯୋଜନାରେ ଅନୁବନ୍ଧିତ ନର୍ଲା ବ୍ଲକ୍ ଅଧିନସ୍ଥ ଭାନପୁର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନର କାର୍ଯ୍ୟକ୍ରମ ଅଧିକାରୀ ସୁକାନ୍ତ ଚାନ୍ଦ, ଶାନ୍ତପୁର ସନ୍ଧାନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସ୍କିମ ଅଧିକାରୀ ବସନ୍ତ ଗୁରୁ ଓ ସେବା ଜଗତ ଅନୁଷ୍ଠନର କର୍ମଚାରୀ ଶ୍ରୀ ସାହୁ ମିଲେଟ ମିଶନ ଓ ଅନ୍ୟାନ୍ୟ ଯୋଜନା ଗୁଡିକ ବିଷୟରେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ । ନର୍ଲା ସହକାରୀ କୃଷି ଅଧିକାରୀ ଚାଷୀ ପାଇଁ ସରକାରଙ୍କ ରହିଥିବା କାଳିଆ, ବଳିଆ, ସୋଲାର ବୋରୱେଲ ଭଳି ବିଭିନ୍ନ ଯୋଜନା ଗୁଡିକ ବିଷୟରେ ବିଷଦ ଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଘଣ୍ଟମାଳ ସମିତି ସଦସ୍ୟା ଅବନ୍ତିକା ଦଳେଇ, ପୂର୍ବତନ ସମିତି ସଦସ୍ୟ ମାଧବ ନାଏକ, ବିଶିଷ୍ଟ ଚାଷୀ ରଣ ମାଝୀ, ରେବାନନ୍ଦ ପଧାନ, ମାର୍କଣ୍ଡ ଜାଲ, ପଦ୍ମଚରଣ ନାଏକ, ହେମନ୍ତ ସାହୁ, ବିଭିଷଣ ସାହୁ ପ୍ରମୁଖ ଚାଷୀଙ୍କ ସମେତ ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଯୋଗଦାନ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ନର୍ଲା ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.