୧୯ରେ ଆସିବେ ପାଣ୍ଡିଆନ; ବିଜେଡି ସାଙ୍ଗଠନିକ ସପାଦକଙ୍କ ମ.ରାମପୁର ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଆସନ୍ତା କାଲି ୧୯ ତାରିଖ ୫ ଟି ସଚିବ ଭି କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି l ତାଙ୍କ ଗସ୍ତକୁ ଆଖିଆଗରେ ରଖି ବିଜେଡ଼ି ଦଳ ଜୋରଦାର ପ୍ରସ୍ତୁତି ଚଲେଇଛି l ସେହି ପରିପ୍ରେକ୍ଷୀରେ ଆଜି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମ.ରାମପୁର ବ୍ଲକ୍ ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି l ଏହି ଅବସରରେ ତାଙ୍କୁ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ୧୧ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିବା ବେଳେ ଅନ୍ୟମାନେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ କରିଥିଲେ l ସେଥି ମଧ୍ୟରୁ ହରିହର ସାଗର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା, ହାଇସ୍କୁଲ ପଡ଼ିଆରେ ଠାରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ମଦନପୁର ରାମପୁର ଠାରେ ସବ୍ ଜଜ କୋର୍ଟ ପ୍ରତିଷ୍ଠା ପାଇଁ ଆଇନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟ ବିଧାୟକ ନର୍ଲା ଭୂପିନ୍ଦର ସିଂହଙ୍କ ଦ୍ଵାରା ଶୀଘ୍ର ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ନର୍ଲା ଭୂପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବିଜୁ ଜନତା ଦଳ କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଓ, ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ, ବିକାଶ ସିଂଦେଓ, ଜୟ କୁମାର ସିଂଦେଓ, ସପନ ପଟ୍ଟନାୟକ, ରାକେଶ ଶତପଥୀ, ପ୍ରେମ ସାଗର ନାୟକ, ପ୍ରଦୀପ ପାଣିଗ୍ରାହୀ, ଦେବେନ୍ଦ୍ର ପୋଡ଼, ରୋମାଞ୍ଚ ସାହୁ, ସତ୍ୟନାରାୟଣ ସାହୁ ତଥା ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.