ଦ୍ୱାଦଶ ବାଣିଜ୍ଯରେ ତନିସା ବଂଶଲ କଳାହାଣ୍ଡି ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଚଳିତ ୨୦୨୩ ବର୍ଷର ଦ୍ୱାଦଶ (ଉଚ୍ଚ ମାଧ୍ୟମିକ) ବାଣିଜ୍ଯ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଧର୍ମଗଡ଼ର ଝିଅ ତନିସା ବଂଶଲ ସାରା କଳାହାଣ୍ଡିରେ ଟପ୍ପର ହେଇଛନ୍ତି। ଧର୍ମଗଡ ସ୍ଥିତ ବ୍ୟବସାୟୀ ବିଜେଶ ଅଗ୍ରୱାଲ ଓ ସୀମା ଅଗ୍ରୱାଲଙ୍କ ଝିଅ ତନିସା ଭବାନୀପାଟଣା ସ୍ଥିତ ବିକାଶ ଜୁନିଅର କଲେଜରେ ପଢୁଥିଲେ। ଚଳିତ ବର୍ଷ ପରୀକ୍ଷାରେ ସେ ୬୦୦ରୁ ୫୫୬ ମାର୍କ ରଖି କଳାହାଣ୍ଡି ଟପ୍ପର ହେଇଛନ୍ତି। ପିଲାଦିନରୁ ମେଧାବୀ ତନିସା ଆଗକୁ ପ୍ରଶାସନିକ ସେବାରେ ଯୋଗଦେବାକୁ ଲକ୍ଷ୍ୟ ରଖିଥିବା ‘ଓଡ଼ିଆ ବାର୍ତ୍ତା’କୁ ପ୍ରତିକ୍ରିୟା ଦେଇଛନ୍ତି। କଠିନ ପରିଶ୍ରମ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିଗଦର୍ଶନ ତଥା ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସେ ଏହି ସଫଳତା ପାଇଥିବା କହିଛନ୍ତି। ତାଙ୍କର ଏହି ସଫଳତାରେ ତାଙ୍କ ଭାଇ କେଶବ ବଂଶଲ, ପରିବାରବର୍ଗ, ବନ୍ଧୁବାନ୍ଧବ ତଥା ଅଞ୍ଚଳବାସୀ ଆନନ୍ଦ ପ୍ରକଟ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.