ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଉପ-କାରାଗାର ପରିସରରେ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଉପ କାରାଗାର ଅଧିକ୍ଷକ ଡିଲେଶ୍ୱର ଜେନା, ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଯୋଗ ଦେଇ ପରିବେଶ ସୁରକ୍ଷl ଉପରେ ସଚେତନ କରିଥିଲେ l ମାନବ ସମ୍ବଳର ସୁରକ୍ଷl ପାଇଁ ପର୍ଯ୍ୟlବରଣର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଅତିଥି ମାନେ ମତ ରଖିଥିଲେ l ଏବଂ ପ୍ରଶାସନ ସହିତ ଆମେ ସମସ୍ତେ ଯଦି ସାମିଲ ହୋଇ ଏ ଧରା ପୃଷ୍ଠକୁ ସବୁଜ ସୁନ୍ଦର ନ କରିବା ତାହେଲେ ଆଗାମୀ ଦିନରେ ସମଗ୍ର ପରିବେଶ ବିପର୍ଯ୍ୟସ୍ଥ ହୋଇ ପଡିବ ବୋଲି ମତ ରଖିଥିଲେ l ଏଣୁ ପ୍ରତ୍ୟୋକ ବ୍ୟକ୍ତି ଗୋଟେ ଗଛ ଲଗାଇ ତାକୁ ଯତ୍ନ ନେବା ସଙ୍ଗେ ପ୍ରକୃତି ପ୍ରତି ନିଜର ଅଙ୍ଗିକାର ବଦ୍ଧତାକୁ ସ୍ୱୀକାର କରିବା ସମୟ ଆସିଛି l ନିମ୍ବ, ଆମ୍ବ, ଜାମୁ, ଅଁଳା ପ୍ରମୁଖ ଔଷଧୀୟ ଅନେକ ଗଛ ସବୁ ଏଠି ଲଗାଯାଇଛି l ଏହି କାର୍ଯ୍ୟକ୍ରମରେ ଜେଲ ୱାର୍ଡର କ୍ଷୀରୋଦ ବିହାରୀ ଦାଶ, ସ୍ୱଚ୍ଛ ଭାରତ ସଂଗଠନ ଉଦ୍ୟୋକ୍ତା ସୟଦ ଅଲିମୁଲ ଇସଲାମ, ଗରିବ ଲୋଇ, ଇନ୍ଦୁମତୀ ପୁରୋହିତଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଓ ସ୍ୱଚ୍ଛ ଭାରତ କର୍ମକର୍ତ୍ତା ଯୋଗ ଦେଇଥିଲେ l ପ୍ରକାଶ ଥାଉ କି ଯେ ୨୦୧୫/୧୬ ରେ ଅବହେଳିତ ହୋଇ ପଡି ରହିଥିବା ସୋନପୁର ଫରେଷ୍ଟ ପାର୍କ ର ୫୦୦ ରୁ ଉର୍ଧ୍ଵ ଗଛ ସବୁକୁ ପ୍ରଚଣ୍ଡ ରୌଦ୍ର ତାପ ବେଳେ ନଳ କୂପ ପାଣି ଦେଇ ଏଇ ସଂଗଠନ ମର୍ନିଙ୍ଗ ୱlକରଙ୍କୁ ସାମିଲ କରି ଗଛ ସବୁକୁ ପୁନର୍ଜନମ ଦେଇଥିଲେ l