ନର୍ଲାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉପରପଡା ବୁଢ଼ାରଜା ମନ୍ଦିର ନିକଟରେ ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନେତୃତ୍ବରେ ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଉପସଭାପତି ବୀରକିଶୋର ମାଝୀ, ଚନ୍ଦ୍ରଶେଖର ଶବର, ସମ୍ପାଦକ ମାୟାଧର ମାଝୀ, କେସିୟର କିଶୋର ମାଝୀ, ଯୁବ ସଂଗଠନ ର ସଭାପତି ଗୋବର୍ଦ୍ଧନ ମାଝୀ, ଅନ୍ତରାମ ମାଝୀ, ମେଦିନୀଧର ଯାନୀ, ଛବି ମାଝୀ, ଘନଶ୍ୟାମ ମାଝୀ, ଦକ୍ଷରାଜ ଭୋଇ, ରଞ୍ଜିତ ମାଝୀ, ଡିଙ୍ଗର ମୁଣ୍ଡା, ଜିଲ୍ଲା ସମ୍ପାଦକ ଦେବରାଜ ମାଝୀ, କେତନ ମାଝୀଙ୍କ ସମେତ ଶତାଧିକ ଆଦିବାସୀ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସମାଜ ପତାକା ଉତ୍ତୋଳନ କରାଯିବା ସହ ଦେବଦେବୀ, ଧରଣୀ ଦେବୀଙ୍କ ପୂଜା କରାଯାଇଥିଲା । ଏହାପରେ ସଭାପତି ବିଶ୍ୱ ଆଦିବାସୀ ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ । ସଭାରେ ୟୁସିସି ବିଲ କୁ ବିରୋଧ କରାଯାଇ ପ୍ରସ୍ତାବ ଆଗତ କରଯାଇଥିଲା । ଏବଂ ମଣିପୁର ଘଟଣା ଉପରେ ପ୍ରସ୍ତାବ ଆଗତ କରାଯାଇ ଦୁଃଖ ପ୍ରକାଶ କରାଯିବା ସହ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ସମାଲୋଚନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.