କରାଟେରେ ମଗ୍ନା: ତମନ୍ନା

ଜିଲ୍ଲା ସ୍ତରରୁ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି, ଲକ୍ଷ୍ୟ ଦେଶକୁ ପ୍ରତିନିଧିତ୍ଵ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କରାଟେରେ ନିଜକୁ ହଜେଇ ଦେଇଛନ୍ତି ତମନ୍ନା ମେହେର। ଅଷ୍ଟମ ଶ୍ରେଣୀରେ ପଢୁଥିବା ଏହି କୁନି ଝିଅ ଟି ଜିଲ୍ଲା ସ୍ତରରୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ନିଜର ପ୍ରତିଭାର ପରିଚୟ ଦେଇ ସାରିଛନ୍ତି। ଏକାଧିକ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରି ଚର୍ଚ୍ଚାରେ ରହିଛନ୍ତି। କଳାହାଣ୍ଡି ଜିଲ୍ଲା ମ.ରାମପୁରର ମୂଳ ନିବାସୀ ମାନଗୋବିନ୍ଦ ମେହେର ଓ ନିରୁପମା ମେହେରଙ୍କ ଏକ ମାତ୍ର ଝିଅ ତମନ୍ନା ସମ୍ପ୍ରତି ବଲାଙ୍ଗୀରରେ ନିଜ ବାପା ମାଙ୍କ ସହିତ ରହି ବଲାଙ୍ଗୀର ପବ୍ଲିକ୍ ସ୍କୁଲ୍ ରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କରାଟେରେ ବ୍ଲାକ ବେଲ୍ଟ ଅଧିକାର କରି ସାରିଛନ୍ତି। ତେବେ ଏଇ କୁନି ଝିଅଙ୍କ କରାଟେରେ ପ୍ରବେଶ ପଛରେ ଏକ ସୁନ୍ଦର ଅନୁଭବ ରହିଛି। ପିଲାଦିନେ ତମନ୍ନାଙ୍କ ଦେହ ସବୁ ବେଳେ ଖରାପ୍ ରହୁଥିଲା। ଥଣ୍ଡା, କାଶ, ଜ୍ଵର ଲାଗି ରହିଥାଏ। ବାପା ମାଁ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ନେଇ ତାଙ୍କର ଚିକିତ୍ସା କରାଇଥିଲେ। ଠିକ୍ ଏହି ସମୟ ରେ ତାଙ୍କର ଗାନ୍ଧୀ ଷ୍ଟାଡିୟମ ନିକଟରେ ଥିବା କରାଟେ ସ୍କୁଲରେ ନାମ ଲେଖା ହୁଏ। କରାଟେ ପାଇଁ ପ୍ରଚୁର ବ୍ୟାୟାମ ଓ ଦୌଡ଼ିବାକୁ ପଡ଼େ। ଏହାର ପ୍ରଭାବ ରେ ଆଉ ତାଙ୍କ ଦେହ ଖରାପ ହେଲା ନାହିଁ। ଠିକ୍ ସେହି ବର୍ଷ (୨୦୧୮) ବଲାଙ୍ଗୀର ଜିଲ୍ଲା ସ୍ତରୀୟ କରାଟେ ପ୍ରତିଯୋଗିତାରେରେ ଦୁଇଟି ଗୋଲ୍ଡ ମେଡାଲ ପାଇଥିଲେ। ତାପରଠୁ ଆଉ ପଛକୁ ଫେରି ନାହାନ୍ତି ସେ। ୨୦୨୦ ଓ ୨୦୨୧ ରେ କରୋନା ମହାମାରୀ ସମୟରେ ଅନଲାଇନ୍ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ହାଇଦ୍ରାବାଦ, ତାମିଲନାଡୁ ଦ୍ଵାରା ଆୟୋଜିତ ଜାତୀୟ ସ୍ତରରେ ମଧ୍ୟ ଗୋଲ୍ଡ ମେଡାଲ ହାସଲ କରି ଚର୍ଚ୍ଚା ର ପରିସରକୁ ଆସିଛନ୍ତି । ସେହି ସମୟରେ ଶ୍ରୀଲଙ୍କାରୁ ହେଇଥିବା କରାଟେ ଚମ୍ପିୟାନସିପରେ ଦୁଇଟି ଗୋଲ୍ଡ ମେଡାଲ ପାଇଥିଲେ। ଓଡ଼ିଶା କରାଟେ ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ କରାଟେ ଚମ୍ପିୟାନ ସିପରେ ଗୋଲ୍ଡ ମେଡାଲ ପାଇ ପୁନେଠାରେ ଅନୁଷ୍ଠିତ ଜାତୀୟ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ହାସଲ କରି ଥିଲେ। ଗତ ଜୁଲାଇ ୨୯-୩୦ ତାରିଖ ଦୁଇ ଦିନ ଧରି କୋଲକାତା ଠାରେ ଅନୁଷ୍ଠିତ ସପ୍ତମ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଉଭୟ କାତା ଓ କୁମୁତିରେ ସ୍ଵର୍ଣ୍ଣ ପଦକ ଜିତି ଅଞ୍ଚଳ ବାସୀଙ୍କ ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ। ତମନ୍ନା ମୁଖ୍ୟ କୋଚ ହୃଦୟ ଶବର ଓ ଆସିଷ୍ଟାଣ୍ଟ କୋଚ୍ ଚନ୍ଦ୍ର ଶେଖର ସେଠଙ୍କ ପାଖରୁ କରାଟେ ଶିକ୍ଷା ଗ୍ରହଣ କରୁଛନ୍ତି। ଭବିଷ୍ୟତରେ କଳାହାଣ୍ଡି ତଥା ମ.ରାମପୁର ଅଞ୍ଚଳରେ କରାଟେକୁ ପୁନର୍ଜୀବିତ କରିବା ସହ ମ.ରାମପୁରରେ ଏକ କରାଟେ ସ୍କୁଲ ଖୋଲିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି। ତେବେ ଆଗାମୀ ଦିନରେ ସେ ଦେଶ ପାଇଁ ପ୍ରତିନିଧିତ୍ଵ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ତାଙ୍କରି ଏଇ ସଫଳତା ପାଇଁ କଳାହାଣ୍ଡି ଜିଲ୍ଲାର ମ.ରାମପୁର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.