ସୁବର୍ଣ୍ଣପୁର ସଦର ସ୍ମାର୍ଟ ପାର୍କରେ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମିନିଷ୍ଟର ଅଫ ୟୁଥ୍ ଆଫୟାର୍ସ, ସ୍ପୋର୍ଟସ ଗର୍ଭରମେଣ୍ଟ ଅଫ ଇଣ୍ଡିଆ ଓ ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ର ମିଳିତ ପ୍ରଚେଷ୍ଟା ରେ ସୁବର୍ଣ୍ଣପୁର ଜିଲ୍ଲା ସଦର ସ୍ମାର୍ଟପାର୍କ ରେ ଏକ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଯୋଗର ପ୍ରଚାର ପ୍ରସାର ତଥା ଯୋଗାସନ ସ୍ପୋର୍ଟସ ର ପ୍ରଚାର ଓ ବିକାଶ ଲାଗି ଏହି ପ୍ରଶିକ୍ଷଣ ଶିବିର କୁ ଆରମ୍ଭ କରାଯାଇଛି ବୋଲି ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ର ସଭାପତି ମନୋଜ ପଣ୍ଡା କହିଛନ୍ତି। ଏହି ପ୍ରଶିକ୍ଷଣ ଶିବିର ରେ ଯୋଗ ପ୍ରଶିକ୍ଷକ ଗୁଣନିଧି ଥନାପତି, ନିମେ଼ଇ ମହାକୁର, ସୁବୋଧ ରତ୍ନାକର ସାହୁ, ପ୍ରଭଞ୍ଜନ ସେନାପତି, ରସିଦ ଅହମଦ, ପ୍ରକାଶ ମେହେର, ଗୁଣନିଧି ସୁନା, ସବିର ସାହୁ ପ୍ରମୁଖ ଯୋଗ ଅଭ୍ୟାସ କରିଥିଲେ । ପୌର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ରାଜ୍ୟ ମତ୍ସ୍ୟ ନିଗମ ପ୍ରାକ୍ତନ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ଜନ୍ମଜୟ ପାତ୍ର, ରବି ନାରାୟଣ ମିଶ୍ର, ସୋମନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ଯୋଗ ପ୍ରତିଭାଗି ଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ପ୍ରତି ରବିବାର ଦିନ ସକାଳ ୭ ଟାରେ ଏ ଶିବିର ଆୟୋଜନ କରିବା ର କାର୍ଯକ୍ରମ ରହିଛି ବୋଲି ଜିଲ୍ଲା ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ତରଫରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.