ଚନ୍ଦ୍ରପୃଷ୍ଠର ଏକ ଗଭୀର ଗାତ ନିକଟରେ ପହଁଚିଥିଲା ରୋଭର, ଇସ୍ରୋ ଜାରି କଲା ଫଟୋ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-3 ଦ୍ୱାରା ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ରରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞାନ ଦକ୍ଷିଣ ମେରୁରେ ବୁଲୁଛି। ରୋଭର ଏହି ସମୟରେ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରୁଛି। ବିକ୍ରମ ଲାଣ୍ଡର ମଧ୍ୟ ନିଜ କ୍ୟାମେରାରୁ ରୋଭରର ଗତିବିଧିର ଚିତ୍ର ପଠାଉଛନ୍ତି। ଯାହା ବିଷୟରେ ଇସ୍ରୋ ମଧ୍ୟ ଅଧ୍ଯୟନ କରୁଛି। ଏହି ସମୟରେ ଇସ୍ରୋ ସୋମବାର ରୋଭର ପ୍ରଜ୍ଞାନର ଅଧିକ ଫଟୋ ସେୟାର କରିଛି।

Omkar Vasthu
Omkar Vasthu

ରୋଭରର ଫଟୋ ସେୟାର କରି ଇସ୍ରୋ କହିଛି ଯେ ରୋଭର ରବିବାର ଦିନ ଏକ ବଡ଼ ଗାତ ନିକଟରେ ପହଞ୍ଚିଥିଲା, କିନ୍ତୁ ଏହା ନିରାପଦରେ ଫେରି ଆସିଛି। ଇସ୍ରୋ କହିଛି, “ଚନ୍ଦ୍ରଯାନ -3 ମିଶନର ରୋଭର ପ୍ରଜ୍ଞାନ ଅଗଷ୍ଟ 27 ରେ ଏହାର ସ୍ଥିତିଠାରୁ 4 ମିଟର ବ୍ୟାସାର୍ଦ୍ଧରେ ପହଞ୍ଚିଛି। ଏହା ପରେ ରୋଭରକୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଏହା ନିରାପଦରେ ଆଗକୁ ନୂଆ ପଥରେ ବଢୁଛି”।

Pearl dental clinic
Near Ashish Medical Store, Bhawanipatna

ଏହାପୂର୍ବରୁ, ଇସ୍ରୋ ରବିବାର ଦିନ ଚନ୍ଦ୍ରଯାନ -3 ର ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ChaSTE ଯନ୍ତ୍ର ଦ୍ୱାରା ମାପ କରାଯାଉଥିବା ଚନ୍ଦ୍ର ପୃଷ୍ଠରେ ତାପମାତ୍ରା ପରିବର୍ତ୍ତନର ଏକ ଗ୍ରାଫ୍ ପ୍ରକାଶ କରିଥିଲା ​। ଚନ୍ଦ୍ର ପୃଷ୍ଠରେ ତାପମାତ୍ରା କିପରି ପରିବର୍ତ୍ତନ ହୁଏ ତାହା ଉଲ୍ଲେଖ ରହିଥିଲା।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.