ଲୋକାର୍ପିତ ହେଲା ଶାନ୍ତିଲତା ପଲାଇଙ୍କ ଦୁଇଟି କବିତା ପୁସ୍ତକ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ନାରୀ କେବଳ ସଂସାର କି ସମାଜ ସର୍ଜନା କରେ ନାହିଁ ସେ ବି ସାରସ୍ୱତ ସମାଜର ମଙ୍ଗୁଆଳ ହୋଇପାରେ ବୋଲି ଆଜି ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ କୋଠଘର ସାରସ୍ୱତ ସମାରୋହ ଓ ପୁସ୍ତକ ଲୋକାର୍ପଣ ଉତ୍ସବରେ ମତ ପ୍ରକାଶ ପାଇଛି।କୋଠଘର ସମ୍ପାଦିକା ସୁସାହିତ୍ୟିକା ଅମ୍ବିକା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ବିଶିଷ୍ଟ ଔପନ୍ୟାସିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ ମୁଖ୍ୟ ଅତିଥି, ବିଶିଷ୍ଟ ଅନୁବାଦିକା ଶକୁନ୍ତଳା ବଳିଆର ସିଂ ମୁଖ୍ୟ ବକ୍ତା, ଲେଖିକା ଡ଼ଃ ସୁଚେତା ରାଉତ ସମ୍ମାନିତ ଅତିଥି ଓ ଭାଷାବିତ ଦେବାଶିଷ ମହାପାତ୍ର ସମୀକ୍ଷକ ଭାବେ ଯୋଗ ଦେଇ ଶାନ୍ତିଲତା ପଲେଇଙ୍କ ଦୁଇଟି କବିତା ବହି ‘ଟୁକୁଡାଏ ସ୍ବପ୍ନ’ ଓ ‘ମୁଠାଏ ଅଭିମାନ’ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଆମ୍ବରୀଶ ଶତପଥୀ ବେଦ ପାଠ ଓ ଶେଷରେ ଆଶୁତୋଷ ମେହେର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଏକ କବିତା ପାଠ ହୋଇଥିଲା। ଏହାକୁ କବି ପୂର୍ଣ୍ଣାନନ୍ଦ ମହାନ୍ତି ଓ ମନିକା ମହାପାତ୍ର ସଂଯୋଜନା କରିଥିଲେ।