ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଲ ଓଡିଶା ଅଙ୍ଗନୱାଡି ସଂଘ ସୁବର୍ଣ୍ଣପୁର ଶାଖାର ଏକ ବୈଠକ ଆଜି ସୋନପୁର ମିଶନ ଶକ୍ତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାନେତ୍ରୀ ମମତା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ୬ ଗୋଟି ବ୍ଲକରୁ ପଞ୍ଚାୟତ ଲିଡର, ସେକ୍ଟର ଲିଡର, ବ୍ଲକ ଲିଡରଙ୍କ ସମେତ ସମସ୍ତ ଜିଲ୍ଲା ଲିଡର ଯୋଗ ଦେଇଥିଲେ । ଅଲ ଓଡିଶା ଅଙ୍ଗନୱାଡି ସଂଘ ଓଡିଶାର ଡାକରାରେ ସଂଘର କର୍ମକର୍ତ୍ତାମାନେ ବିଭିନ୍ନ ଦାବୀନେଇ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ବିଧାନସଭା ଘେରାଓ ପାଇଁ ଭୁବନେଶ୍ୱର ଏବଂ ୧୧ ଡିସେମ୍ବରରେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଆଜି ଏନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଗସ୍ତକୁ କିଭଳି ସଫଳ କରାଯିବ ସେନେଇ ବୈଠକରେ ସମସ୍ତ ସଦସ୍ୟ ଆଲୋଚନା କରିଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜିଲ୍ଲା ସଂପାଦିକା ପୁଷ୍ପାଂଜଳୀ ଦାଶ ଏବଂ କୋଷାଧ୍ୟକ୍ଷା ଆରତି ମେହେର ପ୍ରମୁଖ ସାମିଲ ହୋଇଥିଲେ ।