ନିଜ୍ଜର ହତ୍ୟା ମାମଲାରେ ଟ୍ରୁଡୋଙ୍କୁ ଝଟକା:ଭାରତ ସପକ୍ଷରେ ଛିଡା ହେଲେ କାନାଡା ବିରୋଧୀ ଦଳ ନେତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାକୁ ନେଇ ଭାରତ-କାନାଡା ସମ୍ପର୍କରେ ତିକ୍ତତା ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ  ଟ୍ରୁଡୋଙ୍କୁ ଲାଗିଛି ବଡ ଝଟକା । କାନାଡାର କନଜରଭେଟିଭ ପାର୍ଟିର ମୁଖ୍ୟ ତଥା ବିରୋଧୀ ଦଳ ନେତା ପିୟରେ ପୋଇଲିବ୍ରେ କହିଛନ୍ତି, ୮ ବର୍ଷ ଧରି କ୍ଷମତାରେ ରହିବା ପରେ ବି ପିଏମ ଜଷ୍ଟିନ ଟ୍ରୁଡୋ ଭାରତ ସହ ସମ୍ପର୍କର ମୂଲ୍ୟ ବୁଝି ପାରିଲେ ନାହିଁ । ସେ ଆହୁରି କହିଛନ୍ତି, ସେ କାନାଡାର ପ୍ରଧାନମନ୍ତ୍ରୀ  ହେବା ପରେ ଭାରତ-କାନାଡା ସମ୍ପର୍କରେ ସୁଧାର ଆଣିବେ । ଏକ ସାକ୍ଷାତକାର ପିୟରେ ପୋଇଲିବ୍ରେ କହିଛନ୍ତି, ଭାରତ ସହ ଆମକୁ  ପ୍ରଫେସନାଲ ସମ୍ପର୍କ ରଖିବାକୁ ପଡିବ । ଭାରତ ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ଅଟେ । ଦୁଇ ଦେଶ ମଧ୍ୟରେ ଏପରି ଅସହମତି ପ୍ରକାଶ ପାଇପାରେ। କିନ୍ତୁ ଉଭୟ ଦେଶ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ରଖିବା ନିହାତି ଜରୁରୀ । କାନାଡାର ପ୍ରଧାନମନ୍ତ୍ରୀ ହେଲେ  ଭାରତ ସହ ସମ୍ପର୍କରେ ସୁଧାର ଆଣିବି ବୋଲି କହିଛନ୍ତି କାନାଡା ବିରୋଧୀ ଦଳ ନେତା ପିୟରେ ପୋଇଲିବ୍ରେ କହିଛନ୍ତି । ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ହଟାଇବା ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଟ୍ରୁଡୋ ଅସମର୍ଥ ଏବଂ ପ୍ରଫେସନାଲ ନୁହଁନ୍ତି । କେବଳ ଭାରତ ନୁହେଁ,ବିଶ୍ୱର ଅନେକ ବଡ ବଡ ଦେଶ ସହ କାନାଡାର ମତଭେଦ ରହିଛି । ସେହିପରି କାନାଡାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରୁଥିବା ଘଟଣା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି,  ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିବା ତଥା ହିନ୍ଦୁ ସମ୍ପତ୍ତିକୁ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ଉଚିତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.