ସୋନପୁର ବ୍ଲକ ଛକ ଠାରେ ବଡପରଦା ସହ ବିଭିନ୍ନ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ବହୁ ପ୍ରତିକ୍ଷିତ କ୍ରିକେଟ୍ ୱାର୍ଲ୍ଡ କପ୍ ର ଫାଇନାଲ ମ୍ୟାଚ୍। ଏଥିରେ ଭାରତୀୟ କ୍ରିକେଟ ଦଳ ଓ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଖେଳିବେ ମହାସମର। ଏହି ଖୁସିରେ ଭାରତୀୟ କ୍ରିକେଟ୍ ଦଳର ବିଜୟ ପାଇଁ ଶୁଭ ମନାସି ଆଜି ମାଁ ସୁରେଶ୍ୱରୀଙ୍କ ଠାରେ ସ୍ୱଚ୍ଛ ଭାରତ, ଏନ୍.ସି.ସି ସୋନପୁର, ଟିମ୍ ଧୋନି ସୋନପୁରଙ୍କ ସହିତ ଅନେକ ବ୍ୟକ୍ତି ବିଶେଷ ସକାଳୁ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଭାରତ ମାତାକି ଜୟ, ଜୟ ଭାରତ, ଚକଦେ ଇଣ୍ଡିଆ ଏଭଳି ନାରାଦେଇ କ୍ରିକେଟ୍ ଟିମ୍ ର ବିଜୟ ପାଇଁ ଉଲ୍ଲସିତ ହୋଇ ଶୁଭ କାମନା କରିଥିଲେ। ଆଜିର ପ୍ରତୀକ୍ଷିତ ଫାଇନାଲ ଖେଳକୁ ଉପଭୋଗ କରିବା ପାଇଁ ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ମଧ୍ୟ ଏକ ଖୋଲା ଅଡିଟୋରିୟମରେ ସିଟିଂ ସୁବିଧା ସହ ବଡପରଦାରେ କ୍ରିକେଟ ଖେଳର ଭରପୁର ମଜା ନେବାପାଇଁ ବ୍ୟବସ୍ଥା ହେବା ସହ ମ୍ୟାଚ ପରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ସହ ସମସ୍ତଙ୍କ ମନୋରଞ୍ଜନ ପାଇଁ ମାତୃଶକ୍ତି ମହିଳା ଦଣ୍ଡ ନୃତ୍ୟ ମଧ୍ୟ ଆୟୋଜନ କରାଯାଇଛି।