ଫାଇନାଲ ମ୍ୟାଚ୍ ପୂର୍ବରୁ ଖେଳାଳୀଙ୍କୁ ରାଜନେତାଙ୍କ ଶୁଭେଚ୍ଛା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ବିଶ୍ବକପ୍ କ୍ରିକେଟର ଆଜି ଗ୍ରାଣ୍ଡ ଫିନାଲେ । ଆଉ କିଛି ସମୟ ପରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ମହାଲଢେଇ  । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ସମଗ୍ର ବିଶ୍ବବାସୀଙ୍କ ପାଇଁ ଆଜିର ଦିନ ହେଉଛି ଏକ ସ୍ମରଣୀୟ ଦିନ । ଯାହାକୁ ନେଇ ସାରା ଦେଶରେ ଖୁସିର ମାହୋଲ ରହିଛି । ଟିମ ଇଣ୍ଡିଆର ବିଜୟ କାମନା କରି ସବୁଠି ପୂଜାର୍ଚ୍ଚନା ଚାଲିଛି । ମ୍ୟାଚ୍ ଦେଖିବାକୁ ଏବେଠୁ ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଲାଗିଲାଣି । ସେପଟେ ଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଅନେକ ରାଜନେତା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କହିଛନ୍ତି ୧୪୦କୋଟି ଭାରତୀୟ ବିଜୟ କାମନା କରୁଛନ୍ତି  । ଖେଳୁଆଡ ମନୋଭାବ ନେଇ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଛନ୍ତି  ।  ସେହିପରି ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଆମ ଦଳ କ୍ରମାଗତ ଭାବରେ ଜିତୁଛି  । ସମଗ୍ର ଦେଶର ଲୋକ ଆଶା କରୁଛନ୍ତି ଯେ ଏଥର ଭାରତ ବିଶ୍ବକପ୍ ଜିତିବ  । ମୁଁ ସବୁ ବୋଲର ଏବଂ ବ୍ୟାଟ୍ସମ୍ୟାନ ମାନଙ୍କୁ ଅଭିନନ୍ଦନ ଜଣାଉଛି  ।  କର୍ଣ୍ଣାଟକର ଡେପୁଟି ସିଏମ୍ ଡି.କେ ଶିବକୁମାର କହିଛନ୍ତି କର୍ଣ୍ଣାଟକ ସରକାରଙ୍କ ତରଫରୁ ମୁଁ ଭାରତୀୟ ଖେଳାଳି ମାନଙ୍କୁ ବିଶ୍ବକପ୍ ଜିତିବା ପାଇଁ ଶୁଭେଚ୍ଛା ଜଣାଉଛନ୍ତି  । ଅନ୍ୟପଟେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଭାରତୀୟ ଦଳ ବିଜୟଧାରା ବଜାୟ ରଖୁ। ଏବଂ ତୃତୀୟ ଥର ପାଇଁ ଭାରତ ବିଶ୍ବ କପ୍ ହାସଲ କରୁ  ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.