ଏମଡିଏମ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ୱିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ବାବଦରେ ୧ ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିବା ଓ କାର୍ଯ୍ୟରେ ଅବହେଳା କରି ଆସୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ସଇଁତଲା ବ୍ଲକ ଶିକ୍ଷା ବିଭାଗ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗ ତତ୍ପରତା ହୋଇ ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକଙ୍କୁ ଏମଡିଏମ ଟଙ୍କା ବିନା ରିଜୁଲେସନ ଉଠାଣ କରିବା ଓ ବିଦ୍ୟାଳୟକୁ ମନମୁଖୀ ଯାଉଥିବା ଘଟଣାରେ ସଇଁତଳା ଶିକ୍ଷା ବିଭାଗ ଚିଠି ନଂ 2142 ଓ ତାରିଖ 30.11.2023 ଅନୁସାରେ ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି l ପ୍ରକାଶ ଯେ, ଏହି ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଥିବା ବେଳେ 168 ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l ଉକ୍ତ ପ୍ରଧାନ ଶିକ୍ଷକଙ୍କ ସମେତ 6 ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି l ହେଲେ ବିଦ୍ୟାଳୟର ଶ୍ରେଣୀ କୋଠରୀ ଗୁଡିକ ପରିତ୍ୟକ୍ତ ଅବସ୍ଥାରେଛାତରୁ ପାଣି ଗଳୁଥିବା ବେଳେ ପିଲାମାନେ ବାରଣ୍ଡା ପାଠ ପଢୁଛନ୍ତି l ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକ ଗତ ଜୁଲାଇ 7 ତାରିଖ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିଲେ l ଏହା ସହିତ ବିଦ୍ୟାଳୟକୁ ମନମୁଖୀ ଯାଉଥିବା ସହ ବିନା ରିଜୁଲେସନ ଟଙ୍କା ଉଠାଣ କରି ଆତ୍ମସାତ କରିଥିଲେ l ଏଥିରେ ଗତ 20 ଜୁଲାଇ 2023 ରେ 50 ହଜାର ଟଙ୍କା ଉଠାଣ କରିଥିଲେ l ଏହାପରେ 4 ଅଗଷ୍ଟ ମାସରେ ମଧ୍ୟ 50 ହଜାର ଟଙ୍କା ପୁଣି ଉଠାଣ କରିଥିଲେ l ଏଥିରେ ବିଦ୍ୟାଳୟର ଏମଡିଏମ ଟଙ୍କା ସମୁଦାୟ 1 ଲକ୍ଷ ଟଙ୍କା ଉଠାଣ କରିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି l ଏ ଦିଗରେ ସଇଁତଳା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ କଠୋର ପଦକ୍ଷେପକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚନ୍ଦ୍ରଭାନୁ ବଗର୍ତି, ସଦସ୍ୟ ରାଧେଶ୍ୟାମ ନାଏକ, ଅକ୍ଷୟ ଘିଭେଲା, ପରମା ବାରିକ, ସରୋଜ ନାଏକ, ଯୁବରାଜ ବଗର୍ତି ଓ ସୁନୀଲ ବଗର୍ତି ଙ୍କ ସମେତ ସ୍କୁଲ କମିଟି ଓ ଗ୍ରାମବାସୀମାନେ ସ୍ୱାଗତ ଜଣାଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.