ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ଵଚ୍ଛ ଅଭିଯାନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଜ୍ୟ ସରକାରଙ୍କ “ନୂଆ ଓଡିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ “ସାମାଜିକ କର୍ମ ଓ ଗତିବିଧି”ର ଅଂଶ ଭାବେ ତାରା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ କୁମାରୀ ଗ୍ରାମରେ ଏକ “ସ୍ଵଚ୍ଛ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରୁ ଆରମ୍ଭ କରି କୁମାରୀ ଗ୍ରାମ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି, ହାତରେ ପ୍ଲାଗ କାର୍ଡ ଧରି ସ୍ଲୋଗାନ ଦେଇ ପୁରୁଷୋତ୍ତମପୁର ସହର ଓ କୁମାରୀ ଗ୍ରାମ ପରିକ୍ରମା କରିବା ସହ ଘର ଘର ବୁଲି ସ୍ଵଚ୍ଛତା ସମ୍ପର୍କରେ ସଚେତନତା ବାର୍ତ୍ତା ଏବଂ କାର୍ଡ ବଣ୍ଟନ କରିଥିଲେ। ପରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ସଭାପତିତ୍ବରେ କୁମାରୀ ଗ୍ରାମରେ ଏକ “ସ୍ଵଚ୍ଛ ଅଭିଯାନ” ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଡ଼କ୍ଟର ସୁବ୍ରତ କୁମାର ଷଡଙ୍ଗୀ, ସାମାଜିକ କାର୍ଯ୍ୟକଳାପ ଶାଖା ଅଧିକାରୀ  ବନିତା ଖଟେଇ, ସହଯୋଗୀ ନମ୍ରତା ମିଶ୍ର, ଡକ୍ଟର ବିପ୍ଳବ ରଞ୍ଜନ ପ୍ରଧାନ, ଡକ୍ଟର ସୁଧାଂଶୁ ଶେଖର ମିଶ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା, ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସେନାପତି, ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ସନ୍ଧ୍ୟାରାଣୀ ପାତ୍ର, ଶିକ୍ଷା ବିଭାଗର ଅଧ୍ୟାପିକା ସାକମ୍ବରି ସାହୁ ଆଦି ସମ୍ମାନିତ ଅତିଥିବୃନ୍ଦ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସ୍ଵଚ୍ଛତା ସମ୍ପର୍କରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦେଇଥିଲେ। ଅଧ୍ୟକ୍ଷ ଡକ୍ଟର ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମାରେ “ସ୍ଵଚ୍ଛତା ଅଭିଯାନ” ପାଳନ କରିବାର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ତାର ଉପକାରିତା ସମ୍ପର୍କରେ ଗ୍ରାମବାସୀଙ୍କ ଆଗରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା “ଝାଡୁ ମାରିଲେ କି ହେବ ସ୍ଵଚ୍ଛ ଭାରତ….” ଏବଂ “ସ୍ଵଚ୍ଛ ଭାରତ ମୋ…” ଦୁଇଟି ସଚେତନ ଧର୍ମୀ ସଙ୍ଗୀତରେ ନୃତ୍ୟ ଏବଂ “ସ୍ଵଚ୍ଛ ଭାରତ” ସମ୍ପର୍କରେ ଏକ ନାଟକ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ରୀ ଅଙ୍କିତା ମହାରଣା, ଛାତ୍ର ଆଜାଦ୍ ମହାନ୍ତି ସ୍ଵଚ୍ଛତା ସମ୍ପର୍କରେ ନିଜର ଅଭିମତ ପ୍ରଦାନ କରିଥିଲେ। ଏହି ସଭାରେ କୁମାରୀ ଗ୍ରାମର ସମସ୍ତ ଗ୍ରାମବାସୀବୃନ୍ଦ, ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରି ସଭାକୁ ସଫଳ କରିଥିଲେ। ନମ୍ରତା ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବନିତା ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.