ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଯାଇଛି। ସମୟ ନିର୍ଘଣ୍ଟ ଅନୁଯାୟୀ ଶନିବାର ଅପରାହ୍ନ ୪ ଘଣ୍ଟା ସମୟରେ ସରସ୍ୱତୀ ଶିଶୁ ମନ୍ଦିର ପରିସର ଅବିଭାବକ ଓ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ୩୪ ତମ ବାର୍ଷିକ ଉତ୍ସବ। ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ବନୀତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧିକ୍ଷଣ ଯନ୍ତ୍ରୀ ବିନୟ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବଲାଙ୍ଗୀର ଜିଲ୍ଲା ସମରସତା ପ୍ରମୁଖ ଡମ୍ବରୁଧର କର୍ମୀ ଯୋଗଦାନ କରି ନିଜର ସନ୍ତାନ ମାନଙ୍କୁ ସଂସ୍କାର ଦେଇ ଗଢି ତୋଳିବା ପାଇଁ ପ୍ରତ୍ୟେକ ଅବିଭାବକ ଯତ୍ନବାନ ହେବା ଏକାନ୍ତ ଆବଶ୍ୟକ ବୋଲି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାଏକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ସୁମନ୍ତ ପୁଝାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀମତୀ ମିଶ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିବା ବେଳେ, ଅନୁଷ୍ଠାନର ପ୍ରଧାନ ଗୁରୁଜୀ ଶ୍ରୀ ନାଏକ ବିବରଣୀ ପଠନ କରିଥିଲେ। ସମ୍ମାନିତ ଅତିଥି ଭାବରେ ନର୍ଲାରୋଡ ର ଯୁବ ଉଦ୍ୟୋକ୍ତା ବିମଲ କୁମାର କେଡ଼ିଆ ଯୋଗଦାନ କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରେଣୀ ଅନୁଯାୟୀ ସଂସ୍କାର ପୂର୍ଣ୍ଣ ନୃତ୍ୟ ପରିବେଷଣ କରିଥିଲେ କୁନି କୁନି ଛାତ୍ରଛାତ୍ରୀ ମାନେ। ଘୁମୁରା ନୃତ୍ୟ ସମେତ ସମ୍ବଲପୁରୀ ନୃତ୍ୟ, ସମାଜ ସଂସ୍କାର ଧର୍ମୀ ସଂସ୍କୃତ ନାଟକ ଓ ଇଂରାଜୀ ନାଟକ ବେଶ ଆକର୍ଷଣୀୟ ହୋଇପାରିଥିଲା। ବିଶେଷ କରି ବର୍ତ୍ତମାନ ସମାଜରେ ଗରୀବ ବାପା ମା ସେମାନଙ୍କ ସନ୍ତାନକୁ ଉଚ୍ଚଶିକ୍ଷା ଦେଇ କିଭଳି ପ୍ରଶାସନିକ ଅଧିକାରୀ କରିପାରିଲେ ତାର ନିଚ୍ଛକ କାହାଣୀ ପ୍ରତିଫଳିତ ହୋଇଥିଲା ରୂପେଲି ସ୍ୱପ୍ନ ଓଡ଼ିଆ ନାଟକରେ। ଦର୍ଶକଙ୍କୁ ବାନ୍ଧି ରଖି ଭରପୁର ମନୋରଂଜନର ଖୋରାକ ଯୋଗାଇଥିଲେ ସରସ୍ୱତୀ ଶିଶୁ ମନ୍ଦିର ନର୍ଲାର ଛାତ୍ରଛାତ୍ରୀ ମାନେ। ରାତି ୧୦ ଟା ଯାଏଁ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନର୍ଲା ପିଏନଏସ ପ୍ରତିନିଧି ଲିଙ୍ଗରାଜ ମିଶ୍ର, ଶିଶୁ ମନ୍ଦିର ର ପୂର୍ବତନ ଗୁରୁଜୀ ପ୍ରଫୁଲ୍ଲ କୁମାର ନାଗ ଓ ଓସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ ବିଚାରକ ଭାବରେ କଳାକାର ମାନଙ୍କ ଅଭିନୟକୁ ମୂଲ୍ୟାୟନ କରିଥିଲେ। ନାଟ୍ୟ ନିର୍ଦ୍ଦେଶକ ଜୟଦୁର୍ଗା ହାଇସ୍କୁଲର ସଂସ୍କୃତ ଶିକ୍ଷକ ସୁବାସ ଚନ୍ଦ୍ର ବରାଡ଼, ପେଣ୍ଟର ଚକ୍ରଧର ସା, ଇନ୍ଦ୍ରମଣି ବାରିକ ପ୍ରମୁଖଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଆ ନାଟକ ରୂପେଲି ସ୍ୱପ୍ନରେ ତିମୂଳତ୍ତମା ସେଲମା, ଓଡିଶୀ ନୃତ୍ୟରେ ଚର୍ଚ୍ଚିକା ପୋଢ଼, ମ୍ବଲପୁରୀ ନୃତ୍ୟରେ ସୁନିତା ପୂଝାରୀ,ଇଂରାଜୀ ନାଟକରେ ଆୟୁଷ କୁମାର ମିଶ୍ର, ସଂସ୍କୃତ ନାଟକରେ ସୃଷ୍ଟି ସ୍ନିଗ୍ଧାମୟୀ, ଘୁମୁରାରେ ନିଶାନ ବାଦକ ପ୍ରଜ୍ଞାଦତ୍ତ ନାଗ ଓ ଉଦଘୋଷକ ଭାବରେ ରିତେଶ କୁମାର ନାଗଙ୍କୁ ଉତ୍ତମ କଳାକାର ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ବିଭିନ୍ନ ଦାଇତ୍ୱ ନେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଅଜୟ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.