ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ବରଗାଁ କ୍ଳଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଚ୍ଛାପୁର ଏଫଏଲ୍ଏନ ଆଦର୍ଶ ବିଦ୍ୟାଳୟ ଠାରେ ଦ୍ଵିତୀୟ ପର୍ଯ୍ୟାୟ ତିନିଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା କଳାହାଣ୍ଡି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଏଥିରେ ଏବିଇଓ ସୁଶାନ୍ତ ଖମାରୀ, ଏବିଇଓ ହେମନ୍ତ ପଣ୍ଡା, ବରଗାଁ ନୋଡାଲ ସିଆରସିସି ମନୋଜ ମେହେର, କଲମପୁର ସିଆରସିସି ନବଘନ ସାହୁ, ଇଚ୍ଛାପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଜାତୀୟ ଶିକ୍ଷାନୀତି -୨୦୨୦ ଏଫ୍ଏଲଏନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଏବଂ ଗୁରୁତ୍ଵ ଉପରେ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ। କଲମପୁର ବ୍ଲକର ବିଭିନ୍ନ କ୍ଲଷ୍ଟରର ୨୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସିଆରସିସି ମନୋଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।